/odisha-reporter/media/post_attachments/uploadimage/library/16_9/16_9_0/Police_1677853645.jpg)
Police
ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଜଣେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଖବର ପାଇ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ତାଙ୍କ ଠାରୁ କିରାସିନ ବୋତଲ, ଦିଆସିଲି ଓ ଏକ ବିଷାକ୍ତ ପଦାର୍ଥ ଥିବା ବୋତଲ ଜବତ କରାଯାଇଥିଲା। ଉଦ୍ଧାର ପରେ ଉକ୍ତ ମହିଳାଙ୍କୁ ପିସିଆର ଭ୍ୟାନରେ ଟାଉନ ଥାନାକୁ ନିଆଯାଇଥିଲା।
Advertisment
ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଜଣଙ୍କ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମର କମଳା ଜେନା । ଜାଗାବାଡ଼ି ବିବାଦ ନେଇ ଗତ ଡିସେମ୍ବର ମାସରେ କମଳା ସଦର ଥାନାର ଦ୍ଵାରସ୍ଥ ହୋଇଥିଲେ। ବାରମ୍ଵାର ଗୁହାରୀ ପରେ ମଧ୍ୟ ସଦର ଥାନା ପୁଲିସ କିଛି ନ ଶୁଣିବାରୁ କମଳା ଏସପିଙ୍କ ଦ୍ଵାରସ୍ଥ ହୋଇଥିଲେ। ହେଲେ ସେଠାରୁ ମଧ୍ୟ କମଳାଙ୍କୁ ନ୍ୟାୟ ମିଳି ନଥିଲା। ଏହା ପରେ ଉପାୟଶୂନ୍ୟ ହୋଇ ଆଜି ସେ ଏମିତି ଏକ ପଦକ୍ଷେପ ନେବାକୁ ଯାଉଥିଲେ। ତେବେ ଏ ସମ୍ପର୍କରେ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
