ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଏହି ମହିଳାଙ୍କ ଠାରୁ କିରାସିନ ବୋତଲ, ଦିଆସିଲି ଓ ଏକ ବିଷାକ୍ତ ପଦାର୍ଥ ଥିବା ବୋତଲ ଜବତ କରାଯାଇଥିଲା।

ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କୁ ବୁଝାଉଛନ୍ତି ପୁଲିସ୍ କର୍ମଚାରୀ

  • Published: Friday, 03 March 2023
  • , Updated: 03 March 2023, 07:59 PM IST

ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଜଣେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଖବର ପାଇ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ତାଙ୍କ ଠାରୁ କିରାସିନ ବୋତଲ, ଦିଆସିଲି ଓ ଏକ ବିଷାକ୍ତ ପଦାର୍ଥ ଥିବା ବୋତଲ ଜବତ କରାଯାଇଥିଲା। ଉଦ୍ଧାର ପରେ ଉକ୍ତ ମହିଳାଙ୍କୁ ପିସିଆର ଭ୍ୟାନରେ ଟାଉନ ଥାନାକୁ ନିଆଯାଇଥିଲା।

ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଜଣଙ୍କ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମର କମଳା ଜେନା । ଜାଗାବାଡ଼ି ବିବାଦ ନେଇ ଗତ ଡିସେମ୍ବର ମାସରେ କମଳା ସଦର ଥାନାର ଦ୍ଵାରସ୍ଥ ହୋଇଥିଲେ। ବାରମ୍ଵାର ଗୁହାରୀ ପରେ ମଧ୍ୟ ସଦର ଥାନା ପୁଲିସ କିଛି ନ ଶୁଣିବାରୁ କମଳା ଏସପିଙ୍କ ଦ୍ଵାରସ୍ଥ ହୋଇଥିଲେ। ହେଲେ ସେଠାରୁ ମଧ୍ୟ କମଳାଙ୍କୁ ନ୍ୟାୟ ମିଳି ନଥିଲା। ଏହା ପରେ ଉପାୟଶୂନ୍ୟ ହୋଇ ଆଜି ସେ ଏମିତି ଏକ ପଦକ୍ଷେପ ନେବାକୁ ଯାଉଥିଲେ। ତେବେ ଏ ସମ୍ପର୍କରେ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Related story