Advertisment

Electrocuted: ତାରବାଡ଼ ଡେଇଁ ପ୍ରେମିକାକୁ ଭେଟିବା ହେଲା କାଳ, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ; ଯୋଜନାବଦ୍ଧ ହତ୍ୟା ଅଭିଯୋଗ ଆଣିଲା ପରିବାର

ବିଶ୍ୱଜିତଙ୍କ ପରିବାର ଲୋକେ ଥାନାରେ ଦେଇଥିବା ଏଫଆଇଆରରେ ଉଲ୍ଲେଖ କରିଛନ୍ତି ଯେ, ଗତ ରବିବାର (୨୮.୦୯.୨୦୨୫) ସନ୍ଧ୍ୟାରେ ସେହି ଝିଅ ଜଣଙ୍କ ବିଶ୍ୱଜିତଙ୍କୁ ଦେଖା କରିବାକୁ ତାଙ୍କ ଘର ପଛ ବାଡ଼ିକୁ ଡାକିଥିଲେ।

Deadbody

ବିଶ୍ୱଜିତଙ୍କ ମୃତଦେହ, ଇନସର୍ଟରେ ବିଶ୍ୱଜିତଙ୍କ ଫାଇଲ ଫଟୋ Photograph: (OR)

Advertisment

ପ୍ରେମିକାଙ୍କୁ ତାଙ୍କ ଘରେ ଦେଖା କରିବାକୁ ଯାଇଥିବା ବେଳେ ସନ୍ଦେହଜନକ ଭାବେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ। ମୃତକଙ୍କ ନାଁ ବିଶ୍ୱଜିତ ବେହେରା (୧୮)। ତାଙ୍କ ଘର ସିମିଳିଆ ଗାଁରେ। ସେ ନୂଆଗାଁ ଗୋଡ଼ିସାହିର ଜଣେ ଝିଅଙ୍କୁ ଭଲ ପାଉଥିଲେ।

Advertisment

ବିଶ୍ୱଜିତଙ୍କ ପରିବାର ଲୋକେ ଥାନାରେ ଦେଇଥିବା ଏଫଆଇଆରରେ ଉଲ୍ଲେଖ କରିଛନ୍ତି ଯେ, ଗତ ରବିବାର (୨୮.୦୯.୨୦୨୫) ସନ୍ଧ୍ୟାରେ ସେହି ଝିଅ ଜଣଙ୍କ ବିଶ୍ୱଜିତଙ୍କୁ ଦେଖା କରିବାକୁ ତାଙ୍କ ଘର ପଛ ବାଡ଼ିକୁ ଡାକିଥିଲେ। ବିଶ୍ୱଜିତ ତାଙ୍କ ଘରେ ଦିଆଯାଇଥିବା ତାରବାଡ଼ ଡେଇଁ ଯାଉଥିବା ବେଳେ ସେଥିରେ ବିଦ୍ୟୁତ୍ ଚାର୍ଜ ହୋଇଥିବାରୁ ତା’ ସଂସ୍ପର୍ଶରେ ଆସି ଅଚେତ ହୋଇ ତଳେ ପଡ଼ିଯାଇଥିଲା।

ଏହା ପରେ ସେହି ଝିଅ ବିଶ୍ୱଜିତର ଜଣେ ସାଙ୍ଗ ଅବିନାଶ ମଲ୍ଲିକ (ସିମିଳିଆ ଗାଁର)ଙ୍କୁ ବିଶ୍ୱଜିତର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଘଟଣା ସଂପର୍କରେ ସୂଚନା ଦେଇଥିଲେ। ଝିଅ ଜଣଙ୍କ ଜଣାଇଥିଲେ ଯେ ସେ ବିଶ୍ୱଜିତଙ୍କୁ ଫୋନ୍ କରି ଡାକିଥିଲେ। ବିଶ୍ୱଜିତ ତାଙ୍କୁ ଦେଖାକରିବାକୁ ଆସିଥିଲେ। କିନ୍ତୁ ବାଡ଼ରେ ବିଦ୍ୟୁତ୍ ସଂଯୋଗ କରାଯାଇଛି ବୋଲି ସେ ବିଶ୍ୱଜିତଙ୍କୁ ଜଣେଇ ନଥିଲେ। ବିଶ୍ୱଜିତ ଜୋରରେ ଚିତ୍କାର କରିବାରୁ ସେ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ ଓ ସେଠାରେ ତାଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ।

Advertisment

ସେହି ଝିଅଠାରୁ ଖବର ପାଇ ବିଶ୍ୱଜିତଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ଅବିନାଶ। ବିଶ୍ୱଜିତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ସେମାନେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଝିଅ ଘରର କୌଣସି ଲୋକ ସେଠାରେ ଉପସ୍ଥିତ ନଥିଲେ। ବିଶ୍ୱଜିତ ବିଦ୍ୟୁତ ତାର ଉପରେ ପଡ଼ି ରହିଥିଲା। ସେ ବଞ୍ଚିଥିବ ଭାବି ସଙ୍ଗେ ସଙ୍ଗେ ତାକୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ।

ସେମାନେ ଏଫଆଇଆରରେ ଆହୁରି ଦର୍ଶାଇଛନ୍ତି ଯେ ବିଶ୍ୱଜିତ ପୂର୍ବରୁ ଅନେକ ଥର ସେହି ଝିଅକୁ ଦେଖା କରିବାକୁ ବାଡ଼ ଡେଇଁ ତାଙ୍କ ବାଡ଼ିକୁ ଯାଇଥିଲେ। ତେଣୁ ତାକୁ ମାରି ଦେବା ଉଦ୍ଦେଶ୍ୟରେ ସେହି ଝିଅକୁ ନ ଜଣାଇ ତାଙ୍କ ଘର ଲୋକେ ବିଦ୍ୟୁତ୍ ସଂଯୋଗ କରି ଦେଇଥିଲେ। ବିଶ୍ୱଜିତର ମୃତ୍ୟୁ ପାଇଁ ସେହି ଝିଅର ବାପା, ମାଆ, ଜେଜେ ବାପା, ଜେଜେ ମା’, ଭାଇ ଦାୟୀ। ସେମାନେ ଯୋଜନାବଦ୍ଧ ଭାବେ ବିଶ୍ୱଜିତଙ୍କୁ ହତ୍ୟା କରିଛନ୍ତି।

ପୁଲିସ ଘଟଣାର ତଦନ୍ତ କରୁଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe