‘ତୋ ସ୍ୱାମୀକୁ ମାରି ଦେଇଛି, ଶଙ୍ଖାସିନ୍ଦୂର ପୋଛିଦେ’

୫ ମାସ ହେଲା ସ୍ୱାମୀ ଫେରିବା ବାଟକୁ ରୀନା ଅପେକ୍ଷା କରିଥିଲେ ହେଁ ଏବେ କେବଳ ମାଟି ତଳୁ ସନାତନଙ୍କ କଙ୍କାଳ ମିଳିଛି। 

Dhenkanal PhotoOR

ରୀନା ଓ ସନାତନ (ଫାଇଲ ଫଟୋ)

Hemant Lenka
  • Published: Thursday, 30 March 2023
  • Updated: 30 March 2023, 04:12 PM IST

Sports

Latest News

ତୋ ସ୍ୱାମୀକୁ ମୁଁ ମାରି ଦେଇଛି। ତୁ ଶଙ୍ଖା ଭାଙ୍ଗିଦେ ଆଉ ମଥାର ସିନ୍ଦୂର ପୋଛିଦେ...। ମଦ ନିଶାରେ ନିଜ କଲା କର୍ମର ଏପରି ଗୁମର ଖୋଲିଛି ଜଣେ ଯୁବକ। ୫ ମାସ ହେଲା ପରିବାର ଲୋକ ଯାହାଙ୍କୁ ପାଗଳ ପରି ଏଣେତେଣେ ଖୋଜୁଥିଲେ ତାଙ୍କର ଯେ ମୃତ୍ୟୁ ହୋଇ ସାରିଥିଲ, ସେକଥା ସେମାନେ ଜାଣି ନଥିଲେ। ହେଲେ ତାଙ୍କୁ ମାଟି ତଳେ ପୋତି ଦେଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣେ ମଦ ନିଶାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପତ୍ନୀଙ୍କୁ ଏ ସମ୍ପର୍କରେ କହିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

୫ ମାସ ହେଲା ନିଖୋଜ ଥିବା ବ୍ୟକ୍ତିଙ୍କ କଙ୍କାଳ ମାଟି ତଳୁ ମିଳିବା ପରେ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ବାଲିପଶି ଗାଁରୁ ଏପରି ଘଟଣା ସାମ୍ନାକୁ ଆସିଛି। ବାରହା ଶିକାର ପାଇଁ ବିଛା ହୋଇଥିବା ବିଦ୍ୟୁତ ତାରରେ ପଡ଼ି ଚାଲିଯାଇଥିଲା ଜଣେ ବ୍ୟକ୍ତିଙ୍କ ଜୀବନ।

ମୃତକ ଜଣଙ୍କ ହେଲେ ସାଆନ୍ଦା ଫାଣ୍ଡି ଅନ୍ତର୍ଗତ ବାଲିପଶି ଗାଁର ସନାତନ ବେହେରା। ସନାତନଙ୍କ ମୃତ୍ୟୁର ରହସ୍ୟକୁ ଲୁଚେଇବା ପାଇଁ ଅଭିଯୁକ୍ତ ଶିକାରୀମାନେ ରଚିଥିଲେ ଗୁପ୍ତ ରହସ୍ୟ। ମୃତ୍ୟୁ ପରେ ସନାତନଙ୍କ ମୃତଦେହକୁ ସେମାନେ ପୋତି ଦେଇଥିଲେ। ଏକଥା କିନ୍ତୁ କାହାକୁ ଜଣା ନଥିଲା। ୫ ମାସ ହେଲା ସନାତନଙ୍କୁ ତାଙ୍କ ପରିବାର ଲୋକ ଖୋଜିବା ଜାରି ରଖିଥିଲେ। ହେଲେ ବର୍ବରକାଣ୍ଡ ଘଟାଇଥିବା ଶିକାରୀଙ୍କ ମଧ୍ୟରୁ ଜଣେ ମଦ ନିଶାରେ ପୂରା ରହସ୍ୟ ଉପରୁ ପରଦା ହଟାଇ ଦେଇଛି।

Also Read

ଚଳିତ ବର୍ଷ ମାର୍ଚ୍ଚ ମାସ ୧୧ ତାରିଖରେ ବାଲିପଶି ଗାଁରେ ଦୋଳଯାତ୍ରା ଚାଲିଥିଲା। ଏହି ସମୟରେ ଅଭିଯୁକ୍ତ ଜଣକ ମଦ ପିଇ ସନାତନ ଘରେ ପହଞ୍ଚିଥିଲା। ଆଉ ସ୍ତ୍ରୀ ରୀନା ବେହେରାଙ୍କୁ ଭେଟିଥିଲା। ଏହି ସମୟରେ ସେ କହିଥିଲା ଯେ “ତୁ କାହିଁକି ଶଙ୍ଖା ଓ ସିନ୍ଦୂର ପିନ୍ଧିଛୁ?” ଏହାକୁ ଶୁଶି ପୂରା ସ୍ତବ୍ଧ ହୋଇଯାଇଥିଲେ ରୀନା। ଏହାପରେ ଅଭିଯୁକ୍ତ ଆହୁରି କହିଥିଲେ ଯେ “ତୋ ସ୍ୱାମୀକୁ ମୁଁ ମାରି ଦେଇଛି। ତୁ ଶଙ୍ଖା ଭାଙ୍ଗିଦେ ଓ ସିନ୍ଦୂର ଫୋଛିଦେ।” ଏହାପରେ ରୀନା ଅଭିଯୁକ୍ତର ସତ ଉପାଖ୍ୟାନକୁ ପାଥେୟ କରି ସାଆନ୍ଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ।

ରୀନାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ତନାଘନା ଆରମ୍ଭ କରିଥିଲା। ତଦନ୍ତ କରି ପୁଲିସ୍‌ କେନ୍ଦୁପଶି ଗାଁର ସଞ୍ଜୟ ଦେହୁରୀ ଓ ବାଲିପଶି ଗାଁର ପିଲୁ ସେଠୀକୁ ଗିରଫ କରିଥିଲା। ଘଟଣାରେ ୩ ଜଣଙ୍କ ସମ୍ପୃକ୍ତି ଥିବା ପୁଲିସ୍‌ ଜାଣିବାକୁ ପାଇଛି। ଏବେ ୨ ଜଣ ଗିରଫ ହୋଇଥିବା ବେଳେ ଆଉ ଜଣଙ୍କୁ ପୁଲିସ୍‌ ଖୋଜିବାରେ ଲାଗିଛି।

ପୁଲିସ କହିଛି ଯେ ବାରହା ଶିକାର କରିବା ଦୁଇ ଅଭିଯୁକ୍ତଙ୍କ ଦୈନନ୍ଦିନ ପେଷା। ପ୍ରତିଦିନ ବାଲିପଶି ହରିଡ଼ାଯୋଡ଼ି ନିକଟରେ ୧୧ କେଭି ଖୁଣ୍ଟିରୁ ବିଦ୍ୟୁତ ତାର ବିଛାଇ ସେମାନେ ବନ୍ୟଜନ୍ତୁ ଶିକାର କରନ୍ତି। ଏହାକୁ ବିକ୍ରି କରି ସେମାନେ ଭଲ ପଇସା ମଧ୍ୟ ରୋଜଗାର କରନ୍ତି।

କିନ୍ତୁ ୫ ମାସ ତଳେ ସେମାନେ ବସାଇଥିବା ଜାଲ ସଂସ୍ପର୍ଶରେ ଆସି ସନାତନଙ୍କ ଜୀବନ ଚାଲି ଯାଇଥିଲା। କାଳେ ଏହି ଘଟଣା ପ୍ରଘଟ ହୋଇଯିବ, ସେହି ଭୟରେ ଶିକାରୀମାନେ ସନାତନଙ୍କୁ ମାଟି ତଳେ ପୋତି ଦେଇଥିଲେ। ବିଲକୁ ଯାଇ ସନାତନ ଆଉ ନ ଫେରିବାରୁ ପତ୍ନୀ ରୀନା ଓ ଦୁଇ ପୁଅ ସେବେଠାରୁ ତାଙ୍କୁ ବହୁ ଖୋଜା ଖୋଜି କରିଥିଲେ। ୫ ମାସ ହେଲା ସ୍ୱାମୀ ଫେରିବା ବାଟକୁ ରୀନା ଅପେକ୍ଷା କରିଥିଲେ ହେଁ ଏବେ କେବଳ ମାଟି ତଳୁ ସନାତନଙ୍କ କଙ୍କାଳ ମିଳିଛି। 

ଅଭିଯୁକ୍ତଙ୍କ ସୂଚନା ଆଧାରରେ ପରଜଙ୍ଗ ତହସିଲଦାର ତଥା ମାଜିଷ୍ଟ୍ରେଟ ସିରିୟାଲ୍ ଶୁଭ୍ର ପଟେଲ,ଏସଡିପିଓ ରଞ୍ଜନ କୁମାର ଦେ ଓ ଜିଲ୍ଲା ସାଇଣ୍ଟିଫିକ ଟିମର ଉପସ୍ଥିତିରେ ମାଟି ତଳୁ ପୁଲିସ ସନାତନଙ୍କ କଙ୍କାଳ ଉଦ୍ଧାର କରିଛି। ଏବେ ପ୍ରକୃତରେ ଏହା ସନାତନଙ୍କ କଙ୍କାଳ କି ନୁହେଁ, ତା’ର ଅଧିକ ଯାଞ୍ଚ କରାଯାଉଛି। ସେହିପରି ବିଦ୍ୟୁତ ତାର ବିଛାଇ ଶିକାର କରୁଥିବା ଲୋକଙ୍କ ତାଲିକା ମଧ୍ୟ ପୁଲିସ୍‌ ପ୍ରସ୍ତୁତ କରିଛି।

ଏସ୍‌ଡିପିଓ ରଞ୍ଜନ କୁମାର ଦେ କହିଛନ୍ତି, “ନଭେମ୍ବର ମାସରେ ଜଣେ ବ୍ୟକ୍ତି ନିଜ ବିଲରୁ ଫେରୁଥିବା ବେଳେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ। ଏହାପରେ ତାର ବିଛାଇ ଥିବା ଶିକାରୀମାନେ ତାଙ୍କ ମୃତଦେହକୁ ନିକଟସ୍ଥ ଗୋଟିଏ ସ୍ଥାନରେ ପୋତି ଦେଇଥିଲେ।

ସେବେଠାରୁ ଏ ସମ୍ପର୍କରେ କୌଣସି ସୂଚନା ମିଳି ନଥିଲା। ଏବେ ମୃତ ବ୍ୟକ୍ତିଙ୍କ ପତ୍ନୀ ରୀନା ବେହାରଙ୍କ ଅଭିଯୋଗକ୍ରମେ ପୁଲିସ୍‌ ମାମଲା ରୁଜୁ କରିବା ସହ ତଦନ୍ତ କରୁଛି। ମାଟି ତଳୁ ମୃତଦେହକୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos