Advertisment

ସାର୍‌ଙ୍କ ପାଦ ଟଳମଳ, ପାଟି ବାଜୁଛି ଖନି; ପଚାରିବାରୁ କହିଲେ...

କାମାକ୍ଷାନଗର (ବିଦ୍ୟାଧର ବରାଳ): କୁହାଯାଏ- ‘ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର’।  ନିଜ ହାତରେ ଗୁରୁ ଗଢ଼ିଥା’ନ୍ତି ଶିଶୁର ଭବିଷ୍ୟତ। କିନ୍ତୁ ଗୁରୁ ଯଦି ମଦ ପିଇ ବିଦ୍ୟାଳୟକୁ ଆସନ୍ତି, ତା’ହେଲେ କି ଶିକ୍ଷା ଲାଭ କରିବେ କୋମଳମତି ପିଲା? ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଣ୍ଟାପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ସହକାରୀ ଶିକ୍ଷକ ବିକ୍ରମ କୁମାର ବେହେରା ଆଜି ଟଳମଳ ଅବସ୍ଥାରେ ବିଦ୍ୟାଳୟରେ ପ୍ରବେଶ […]

ଅଦ୍ୟତନ ହୋଇଛି
ସାର୍‌ଙ୍କ ପାଦ ଟଳମଳ, ପାଟି ବାଜୁଛି ଖନି; ପଚାରିବାରୁ କହିଲେ...

teacher-1

Advertisment

କାମାକ୍ଷାନଗର (ବିଦ୍ୟାଧର ବରାଳ): କୁହାଯାଏ- ‘ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର’।  ନିଜ ହାତରେ ଗୁରୁ ଗଢ଼ିଥା’ନ୍ତି ଶିଶୁର ଭବିଷ୍ୟତ। କିନ୍ତୁ ଗୁରୁ ଯଦି ମଦ ପିଇ ବିଦ୍ୟାଳୟକୁ ଆସନ୍ତି, ତା’ହେଲେ କି ଶିକ୍ଷା ଲାଭ କରିବେ କୋମଳମତି ପିଲା? ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଣ୍ଟାପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

Advertisment

ସହକାରୀ ଶିକ୍ଷକ ବିକ୍ରମ କୁମାର ବେହେରା ଆଜି ଟଳମଳ ଅବସ୍ଥାରେ ବିଦ୍ୟାଳୟରେ ପ୍ରବେଶ କରିଥିଲେ। ଏହି ସମୟରେ ବିଦ୍ୟାଳୟ ପରିଚାଳନା କମିଟି ( ଏସଏମସି) ସଦସ୍ୟମାନେ ତାଙ୍କୁ କାବୁ କରି ପଚରାଉଚରା କରିଥିଲେ। ରଙ୍ଗେ ହାତ୍ ଧରା ପଡ଼ିବା ପରେ ସାର୍‌ଙ୍କର ବଦଳି ଯାଇଥିଲା ସ୍ୱର। ସଫେଇ ଦେଇ କହିଥିଲେ-  ଆଜି ମୁଁ ଛୁଟିରେ ଅଛି। ଚାଉଳ ଓ କାଠ ଦେବାକୁ ସ୍କୁଲ ଆସିଛି।

ଅନ୍ୟପକ୍ଷରେ ସେ ଆଜି ଛୁଟିରେ ଥିବା କଥା ଖୋଦ୍‌ ପ୍ରଧାନ ଶିକ୍ଷକ ଜଣାନଥିବା କହିଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ସହକାରୀ ଶିକ୍ଷକ ବିକ୍ରମ କୁମାର ବେହେରା ସବୁ ଦିନେ ମଦ ପିଇ ସ୍କୁଲ୍‌କୁ ଆସନ୍ତି। ଏନେଇ ଅଭିଭାବକମାନେ ବହୁ ଥର ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମାତ୍ର ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହୋଇନି।

Advertisment

କାମାକ୍ଷାନଗରର ଭାରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଜଗବନ୍ଧୁ ଜେନା କହିଛନ୍ତି, ସିଆରସିସିଙ୍କୁ ଉକ୍ତ ସ୍କୁଲକୁ ପଠାଯାଇଛି। ପ୍ରଧାନଶିକ୍ଷକଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ।

ସୂଚନାଯୋଗ୍ୟ, ପୂର୍ବରୁ ଅନ୍ୟତ୍ର ଥିବା ବେଳେ ମଦ ପିଇ ସ୍କୁଲ୍‌ ଯାଉଥିବା ଯୋଗୁ ତାଙ୍କୁ ସସ୍‌ପେଣ୍ଡ ମଧ୍ୟ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe