ସୁପର ସ୍ପ୍ରେଡର ପାଲଟିପାରେ ବାଲାଜୀ ଇଂଜିକନ ଲିମିଟେଡ଼ କମ୍ପାନୀ

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ସୁପର ସ୍ପ୍ରେଡର ସାଜିପାରେ ଜାତୀୟ ରାଜପଥ ୫୩ ସଂପ୍ରସାରଣ ଦାୟିତ୍ୱ ନେଇଥିବା ଠିକସଂସ୍ଥା ବାଲାଜୀ ଇଂଜିକନ୍ ଲିମିଟେଡ୍। ଗତକାଲି ଏହି ସଂସ୍ଥାର ରାମକୃଷ୍ଣପୁର କ୍ୟାମ୍ପରେ ଗୋଟିଏ ଦିନରେ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଯାହାକୁ ନେଇ କମ୍ପାନୀର କ୍ୟାମ୍ପକୁ ଗତକାଲି ସକାଳ ୭ଟାରୁ ୭୨ ଘଣ୍ଟା ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା । କିନ୍ତୁ […]

corona

Tapas Behera
  • Published: Wednesday, 12 May 2021
  • , Updated: 12 May 2021, 03:48 PM IST

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ସୁପର ସ୍ପ୍ରେଡର ସାଜିପାରେ ଜାତୀୟ ରାଜପଥ ୫୩ ସଂପ୍ରସାରଣ ଦାୟିତ୍ୱ ନେଇଥିବା ଠିକସଂସ୍ଥା ବାଲାଜୀ ଇଂଜିକନ୍ ଲିମିଟେଡ୍। ଗତକାଲି ଏହି ସଂସ୍ଥାର ରାମକୃଷ୍ଣପୁର କ୍ୟାମ୍ପରେ ଗୋଟିଏ ଦିନରେ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଯାହାକୁ ନେଇ କମ୍ପାନୀର କ୍ୟାମ୍ପକୁ ଗତକାଲି ସକାଳ ୭ଟାରୁ ୭୨ ଘଣ୍ଟା ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ।

କିନ୍ତୁ ଚିନ୍ତାର ବିଷୟ ଏହି ଠିକାସଂସ୍ଥା ସବୁ କଟକଣାକୁ ଫୁ କରିଦେଇଛି । କ୍ୟାମ୍ପ ମଧ୍ୟକୁ ବାହାରୁ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରମିକ ପ୍ରବେଶ କରୁଥିବା ବେଳେ ଅନେକ ଶ୍ରମିକ ଗାଡି ଯୋଗେ ବିଭିନ୍ନ ସ୍ଥାନକୁ ଯାଇ ରାସ୍ତା କାର‌୍ୟ୍ୟରେ ନିୟୋଜିତ ରହିଛନ୍ତି । କ୍ୟାମ୍ପରେ ବହୁ ଶ୍ରମିକଙ୍କ ଭିଡ ଏବେ ଦେଖିବାକୁ ମିଳିଛି।

ଅନେକ ଶ୍ରମିକ ମାସ୍କ ପିନ୍ଧି ନଥିବା ବେଳେ ସାମାଜିକ ଦୂରତା କୁ ଫୂ କରିଦେଇଛନ୍ତି । କେହି ସାମାଜିକଦୂରତା ରଖୁ ନାହାଁନ୍ତି। ଏପରି ସ୍ଥଳେ ଏହି ସଂସ୍ଥା ସ୍ଥାନୀୟ ଅଞ୍ଚଳ ପାଇଁ ସୁପର ସ୍ପ୍ରେଡର ସାଜିପାରେ ବୋଲି ଆଶଙ୍କା କରାଯାଉଛି ।

Related story