ଠାକୁରାଣୀଙ୍କ ରାଣ ଖାଇଲେନି ପଡ଼ୋଶୀ, ଘର ଉପରେ ପଡ଼ିଲା ବୋମା

କାମାକ୍ଷାନଗର(ବିଦ୍ୟାଧର ବରାଳ): ଠାକୁରାଣୀଙ୍କ ରାଣ ଖାଇଲେନି ବୋଲି ଘର ଉପରେ ବୋମା ପକାଇଦେଲେ ପଡ଼ୋଶୀ।  ଏଥିରେ କୋଠା ଘରଟି ଭୁଶୁଡ଼ି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ପରିବାରର ୫ ସଦସ୍ୟ।  ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁରେ ଘଟିଛି। ଗୁଣିଗାରେଡ଼ି ସନ୍ଦେହରୁ ଏପରି ହିଂସାକାଣ୍ଡ ଘଟିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।  ଏହି ଘଟଣାରେ  ଗାଁର ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି କାମାକ୍ଷାନଗର ପୁଲିସ୍‌ । ସୂଚନାଯୋଗ୍ୟ, […]

house

Niharika Rout
  • Published: Thursday, 03 March 2022
  • , Updated: 03 March 2022, 10:39 AM IST

କାମାକ୍ଷାନଗର(ବିଦ୍ୟାଧର ବରାଳ): ଠାକୁରାଣୀଙ୍କ ରାଣ ଖାଇଲେନି ବୋଲି ଘର ଉପରେ ବୋମା ପକାଇଦେଲେ ପଡ଼ୋଶୀ।  ଏଥିରେ କୋଠା ଘରଟି ଭୁଶୁଡ଼ି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ପରିବାରର ୫ ସଦସ୍ୟ।  ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁରେ ଘଟିଛି। ଗୁଣିଗାରେଡ଼ି ସନ୍ଦେହରୁ ଏପରି ହିଂସାକାଣ୍ଡ ଘଟିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।  ଏହି ଘଟଣାରେ  ଗାଁର ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି କାମାକ୍ଷାନଗର ପୁଲିସ୍‌ ।

ସୂଚନାଯୋଗ୍ୟ, ମହୁଲପାଳ ଗାଁର ବାଲୁଙ୍କେଶ୍ୱର ଦେହୁରୀଙ୍କ ପରିବାର ଲୋକଙ୍କୁ ତାଙ୍କ ପଡୋଶୀ ରବି ନାରାୟଣ ପେଣ୍ଠେଇଙ୍କ ପରିବାର ଲୋକେ ଗୁଣି ଗାରେଡି କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଏହାକୁ ନେଇ ଗ୍ରାମବାସୀଙ୍କ ଉପସ୍ଥିତିରେ ପୂର୍ବରୁ ଫଇସଲା ହୋଇଥିଲେ ମଧ୍ୟ ବିବାଦ ଥମିବା ନାଁ ଧରୁ ନ ଥିଲା। ଏହାପରେ ଗତକାଲି ଗାଁ ଠାକୁରାଣୀଙ୍କ ପୀଠରେ ନିୟମ କରିବାକୁ ଉଭୟ ପରିବାର ଯାଇଥିଲେ। ସେଠାରେ ଉଭୟ ପକ୍ଷ ମଧ୍ୟରେ ଜୋର ଝଗଡା ହୋଇଥିଲା ।

ଏହାପରେ  ଭୟ ପରିବାର ସଦସ୍ୟ ନିଜ ନିଜ ଘରକୁ ପଳାଇଥିଲେ। ଏହାପରେ ରାତି ପ୍ରାୟ ସାଢେ ୧୦ଟାରେ ରବିନାରାୟଣ ପେଣ୍ଠେଇ ଏବଂ ତାଙ୍କର ଦୁଇ ପୁଅ ବାଲୁଙ୍କେଶ୍ୱରଙ୍କ ଘର ଉପରକୁ ବୋମା ମାଡ଼ କରିଥିଲେ । ଏଥିରେ ବାଲୁଙ୍କେଶ୍ୱରଙ୍କ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଘରର ଗ୍ରୀଲ, କବାଟ ଭାଙ୍ଗିବା ସହ କୋଠା ଘରଟି ଭୁଶୁଡି ଯାଇଛି।  

କାମାକ୍ଷାନଗର ପୁଲିସ୍‌ ରବି ନାରାୟଣ ପେଣ୍ଠେଇ ଓ ତାଙ୍କ ପୁଅକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି  ।

Related story