Advertisment

ଦୁଃଖ ଦେଇଥିଲା କରୋନା, ମଲମ ଲଗାଇଲା କୋବି!

କାମାକ୍ଷାନଗର (ବିଦ୍ୟାଧର ବରାଳ): ଚାଇନାରୁ ଉତ୍ପନ୍ନ କରୋନା ମହାମାରୀ ଅନେକେଙ୍କ ରୋଜଗାର ଛଡ଼ାଇ ନେଇଛି। ପାଖାପାଖି ଦୁଇବର୍ଷ କରୋନାର କୋପ ବହୁ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଛି। ଚାଷୀଙ୍କୁ ପାଇଁ ମଧ୍ୟ ଏହି ମହାମାରୀ ବହୁ କଷ୍ଟ ଦେଇଛି। ଆଉ ଏଭଳି ସମୟରେ ଚାଷୀଙ୍କୁ ଜିଇଁବାର ନୂଆ ଆଶା ଦେଇଛି କୋବି ଚାଷ। କୋବି ଚାଷ ଏବେ ଚାଷୀଙ୍କୁ ରୋଜଗାରର ବାଟ ଦେଖାଇଛି। କରୋନା କାଳରେ ଲୋକଙ୍କୁ ସ୍ୱାବଲମ୍ବୀ କରିବା ସହ ବେଶ ଦୁଇ […]

ଦୁଃଖ ଦେଇଥିଲା କରୋନା, ମଲମ ଲଗାଇଲା କୋବି!

cabbage

Advertisment

କାମାକ୍ଷାନଗର (ବିଦ୍ୟାଧର ବରାଳ): ଚାଇନାରୁ ଉତ୍ପନ୍ନ କରୋନା ମହାମାରୀ ଅନେକେଙ୍କ ରୋଜଗାର ଛଡ଼ାଇ ନେଇଛି। ପାଖାପାଖି ଦୁଇବର୍ଷ କରୋନାର କୋପ ବହୁ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଛି। ଚାଷୀଙ୍କୁ ପାଇଁ ମଧ୍ୟ ଏହି ମହାମାରୀ ବହୁ କଷ୍ଟ ଦେଇଛି। ଆଉ ଏଭଳି ସମୟରେ ଚାଷୀଙ୍କୁ ଜିଇଁବାର ନୂଆ ଆଶା ଦେଇଛି କୋବି ଚାଷ। କୋବି ଚାଷ ଏବେ ଚାଷୀଙ୍କୁ ରୋଜଗାରର ବାଟ ଦେଖାଇଛି। କରୋନା କାଳରେ ଲୋକଙ୍କୁ ସ୍ୱାବଲମ୍ବୀ କରିବା ସହ ବେଶ ଦୁଇ ପଇସା ରୋଜଗାର ଦେଇଛି କୋବି ଚାଷ।

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ ଥିବା ୪ଟି ବ୍ଲକ ଯଥା କାମାକ୍ଷାନଗର, ପରଜଙ୍ଗ, କଙ୍କଡ଼ାହାଡ଼ ଓ ଭୁବନରେ ଲୋକଙ୍କ ପ୍ରଧାନ ଜୀବିକା ହେଉଛି ଚାଷ। ଜିଲ୍ଲାରେ ଶିଳ୍ପାୟନର ଦ୍ରୁତ ଅଭିବୃଦ୍ଧି ହୋଇଥିଲେ ମଧ୍ୟ ଉଭୟ ଖରିଫ ଓ ରବି ଋତୁରେ ଲୋକଙ୍କ ଏକମାତ୍ର ସାହାଭରସା ହେଉଛି ଚାଷ। ପ୍ରାୟ ନବେ ପ୍ରତିଶତ ଲୋକ ହିଁ ଏହି ଚାଷକୁ ନିଜର ଜୀବିକା ଭାବେ ଆପଣାଇ ଥାନ୍ତି। ଶୀତ ଦିନରେ କୋବି ଚାଷ ଚାଷୀଙ୍କ ପାଇଁ ଏକ ଲାଭଦାୟକ ଫସଲ।

ଅଞ୍ଚଳରେ ପ୍ରାୟ ୩ ପ୍ରକାରର କୋବି ଚାଷ ଦେଖିବାକୁ ମିଳେ। ଫୁଲ, ବନ୍ଧା ଓ ଉଲ କୋବିର ସ୍ୱତନ୍ତ୍ର ଚାହିଦା ରହିଛି। ସ୍ୱଳ୍ପ, ମଧ୍ୟମ ଓ ଦୀର୍ଘ ଦିନ ବ୍ୟବଧାନରେ କୋବି ଚାଷ କରାଯାଇଥାଏ। ସ୍ୱଳ୍ପ ଦିନ ଭିତରେ ହେଉଥିବା କୋବି ଚାଷ ବେଶ ଲାଭଦାୟକ, ଯାହା ୪୫ ରୁ ୫୦ ଦିନ ମଧ୍ୟରେ ହୋଇଥାଏ। ମାତ୍ର କୋବିର ସାଇଜ ଛୋଟ ହୋଇଥାଏ। ମଧ୍ୟମ ଦିନ ଭିତରେ ହେଉଥିବା କୋବି ଗୁଡିକ ୬୦ରୁ ୬୫ ଦିନ ମଧ୍ୟରେ ହୋଇଥାଏ। ଯାହାର ବଜାର ମୂଲ୍ୟ ମଧ୍ୟମ ଧରଣର ହୋଇଥାଏ। ସେହିପରି ଦୀର୍ଘ ଦିନ ଅର୍ଥାତ ପ୍ରାୟ ୯୦ ଦିନରେ ହେଉଥିବା କୋବି ଗୁଡିକ ବଡ଼ ସାଇଜର ହେବା ସହ ଏହାର ମାର୍କେଟ ରେଟ୍ ବହୁତ କମ ରହିଥାଏ।

Advertisment

ଜଳବାୟୁର ସୁଲଭତା, ଜଳସେଚନ ଓ ଉଚିତ୍ ବଜାର ମୂଲ୍ୟ କୋବି ଚାଷୀଙ୍କ ପାଇଁ ବେଶ ସହାୟକ ହୋଇଥାଏ। ତେବେ ଜଳସେଚନର ସୁବିଧା, ଚାଷୀ ଭାଇଙ୍କ ପାଇଁ ଅର୍ଥର ଅଭାବ ଯୋଗୁଁ ଏହି କୋବି ଚାଷ ତ୍ୱରାନ୍ୱିତ ହୋଇ ପାରୁନାହିଁ। କାମାକ୍ଷାନଗରର ଗୁଣ୍ଡିଚାନାଳୀ, କଣ୍ଟାପାଳ, ଭୁବନର ଅରଖପାଳ, ବେଢାପାଳ, କଙ୍କଡ଼ାହାଡ଼ର ଗୋଳାଗାଡ଼ିଆ, ମହାବିରୋଡ଼, ଦଶିପୁର, ପରଜଙ୍ଗର ବାଲିପଶି, ଚାନ୍ଦପୁର, ବଡ଼ଝରା ଆଦି ଗାଁ ଗୁଡିକରେ କୋବି ଚାଷ ଦେଖିବାକୁ ମିଳିଥାଏ।

ତେବେ ଅଗଷ୍ଟ ମାସରୁ ଆରମ୍ଭ ହୋଇଥିବା କୋବି ଚାଷ ଚାଷୀ ଭାଇ ମାନଙ୍କୁ ବେଶ ଦୁଇ ପଇସା ରୋଜଗାର ମଧ୍ୟ ଦେଇଥାଏ। ଯାହାର ବଜାର ମୂଲ୍ୟ ସବୁଠାରୁ ଅଧିକ ରହିଥାଏ। ଶୀତ ଦିନେ କରାଯାଉଥିବା ଏହି କୋବି ଚାଷ ଏବେ ବର୍ଷର ଅନ୍ୟ ଦିନ ଗୁଡିକରେ କରାଯାଉଥିବା ଦେଖିବାକୁ ମିଳିଛି। ଚାଷୀ ଭାଇ ମାନେ ନିଜର ପରିବାରର ଗୁଜୁରାଣ ମେଣ୍ଟାଇବା ସହ ରୋଜଗାରକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି। ଚଳିତ ବର୍ଷର ବଜାର ବେଶ ସହାୟକ ହୋଇଛି। ଏହା ଆଗାମୀ ଦିନରେ ଆଉ ଦୁଇ ପଇସା ରୋଜଗାର ଦେବ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି। ତେବେ ଚାଷ ଓ ଚାଷୀର ସୁବିଧା ପାଇଁ ସରକାରଙ୍କ ସହଯୋଗ ଏକାନ୍ତ ଲୋଡ଼ା ହୋଇ ପଡିଛି। ଯାହା ଚାଷୀଙ୍କ ଭାଙ୍ଗି ଯାଇଥିବା ମେରୁଦଣ୍ଡକୁ ସୁଦୃଢ କରିପାରିବ ବୋଲି ବୋଲି ସେମାନେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe