Advertisment

ଶିଶୁଙ୍କୁ ଯୌନ ଶୋଷଣା ମାମଲାରେ ସୁରେନ୍ଦ୍ରକୁ ଗିରଫ କଲା ସିବିଆଇ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗ ମାମଲାରେ ସୁରେନ୍ଦ୍ର ନାୟକ ନାମକ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ଢେଙ୍କାନାଳ କଲୋନୀ ସାହିର ସୁରେନ୍ଦ୍ର ନାୟକ ଜଣେ ବ୍ୟକ୍ତିକୁ ସିବିଆଇ ଗିରଫ କରିଛି। ଅଶ୍ଳୀଳ ଫିଲ୍ମ ଶେଆର ଓ ସେଥିରୁ ରୋଜଗାର କରିବା କାରଣରୁ ସେହି ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ପରେ ସୁରେନ୍ଦ୍ରକୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଚାଲାଣ କରାଯାଇଛି। କାଲି ସୁରେନ୍ଦ୍ରଙ୍କ ଘରେ ସିବିଆଇ ରେଡ୍ ବେଳେ ତମ୍ବିତୋଫାନ ହୋଇଥିଲା। ସାହି […]

ଅଦ୍ୟତନ ହୋଇଛି
ଶିଶୁଙ୍କୁ ଯୌନ ଶୋଷଣା ମାମଲାରେ ସୁରେନ୍ଦ୍ରକୁ ଗିରଫ କଲା ସିବିଆଇ

cbi

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗ ମାମଲାରେ ସୁରେନ୍ଦ୍ର ନାୟକ ନାମକ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ଢେଙ୍କାନାଳ କଲୋନୀ ସାହିର ସୁରେନ୍ଦ୍ର ନାୟକ ଜଣେ ବ୍ୟକ୍ତିକୁ ସିବିଆଇ ଗିରଫ କରିଛି। ଅଶ୍ଳୀଳ ଫିଲ୍ମ ଶେଆର ଓ ସେଥିରୁ ରୋଜଗାର କରିବା କାରଣରୁ ସେହି ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

Advertisment

ଗିରଫ ପରେ ସୁରେନ୍ଦ୍ରକୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଚାଲାଣ କରାଯାଇଛି। କାଲି ସୁରେନ୍ଦ୍ରଙ୍କ ଘରେ ସିବିଆଇ ରେଡ୍ ବେଳେ ତମ୍ବିତୋଫାନ ହୋଇଥିଲା। ସାହି ଲୋକେ ସିବିଆଇ ଅଧିକାରୀଙ୍କୁ ଘେରି ମାରଧର୍ କରିଥିଲେ। ତେବେ ଏହି ଘଟଣାରେ ଏ ପର୍ଯ୍ୟନ୍ତ କୌଣସି ମାମଲା ହୋଇନଥିବା ଜଣାପଡିଛି।

ସୋମବାର ସକାଳେ ଟାଉନ ଥାନା କଲୋନୀ ସାହିର ବାସିନ୍ଦା ସୁରେନ୍ଦ୍ର ନାଏକଙ୍କ ଘରେ ପହଞ୍ଚି ସିବିଆଇ ଜେରା କରିଥିଲା। ତେବେ ସୁରେନ୍ଦ୍ରଙ୍କୁ ସେମାନେ ଛାଡ଼ୁନଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ଗାଁ ଲୋକେ ଏନେଇ ଟାଉନ୍‌ ଥାନାକୁ ଖବର ଦେଇଥିଲେ। ଟାଉନ୍‌ ଥାନା ପୁଲିସ ପହଞ୍ଚିବା ପୂର୍ବରୁ ଗାଁ ଲୋକେ ଘର ଭିତରୁ ସିବିଆଇ ଅଧିକାରୀଙ୍କୁ ଘୋଷାରି ଆଣିଥିଲେ। ସେମାନଙ୍କୁ ଟଣାଓଟରା କରିଥିଲେ। ଏପରିକି ସେମାନଙ୍କୁ ଠେଙ୍ଗାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯାହାଫଳରେ ରେଡ୍‌ କରିବାକୁ ଆସିଥିବା ସିବିଆଇ ଅଧିକାରୀ ନାକେଦମ୍‌ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଆକ୍ରୋଶରୁ ସିବିଆଇ ଅଧିକାରୀଙ୍କୁ ପୁଲିସ ଉଦ୍ଧାର କରିଥିଲା।

Advertisment

ମିଳିଥିବା ସୂଚନା ମୁତାବକ ଦୁଇ ମାସ ତଳେ ସୁରେନ୍ଦ୍ର ନାଏକ ଦେଶୀ ଏମ୍‌ଏମ୍‌ଏସ୍‌ ନାମକ ୱେବସାଇଟ୍‌ରେ ସଦସ୍ୟ ହୋଇଥିଲେ। ସେଥିରେ ଆସୁଥିବା ଅଶ୍ଲୀଳ ଭିଡିଓକୁ ଡାଉନ୍‌ଲୋଡ୍‌ କରି ନିଜେ କ୍ରିଏଟ୍‌ କରିଥିବା ହ୍ୱାଟ୍ସଆପ୍‌ ଗ୍ରୁପ୍‌ ଓ ଅନ୍ୟାନ୍ୟ ୱେବସାଇଟ୍‌ରେ ଅପ୍‌ଲୋଡ୍‌ କରୁଥିଲେ। ସେଠାରେ ଯିଏ ଯେତେ ଭିଡ଼ିଓ ଦେଖିବ, ସେହି ହିସାବରେ ଟଙ୍କା ମିଳୁଥିଲା। ଦୁଇ ମାସରେ ତାଙ୍କୁ ୨୧ ଡଲାର (୨୦୦୦ ଟଙ୍କା ପାଖାପାଖି) ମିଳିଥିଲା। ସିବିଆଇ ଟିମ୍‌ ତାଙ୍କଠାରୁ ଗୋଟିଏ ମୋବାଇଲ୍‌ ଜବତ କରିଛି। ଯେଉଁ ମୋବାଇଲ୍‌ରେ ସୁରେନ୍ଦ୍ର ଅଶ୍ଲୀଳ ଭିଡିଓ ଗୁଡ଼ିକ ଡାଉନ୍‌ଲୋଡ୍‌ ଓ ଅପ୍‌ଲୋଡ୍‌ କରୁଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe