Advertisment

କିନ୍ନରଙ୍କୁ ମାଡ଼ ମାରି ଲୁଟିଥିଲେ ସୁନା ଚେନ୍, ଗିରଫ ହେଲେ କନେଷ୍ଟବଲ ଓ ପୂର୍ବତନ ସରପଞ୍ଚ

କାମାକ୍ଷାନଗର (ବିଦ୍ୟାଧର ବରାଳ): କିନ୍ନରଙ୍କ ଠାରୁ ସୁନା ଅଳଙ୍କାର ଲୁଟ କରି ମାଡ଼ ମାରିବା ଘଟଣାରେ ପୁଲିସ କନେଷ୍ଟବଲଙ୍କ ସହିତ ପୂର୍ବତନ ସରପଞ୍ଚଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁ ନିକଟରେ। ଗିରଫ ଅଭିଯୁକ୍ତ କନେଷ୍ଟବଳ ପରଜଙ୍ଗ ଥାନା ଖାଲପାଳ ଗାଁର ମାନସ ରଞ୍ଜନ ନାଏକ ଏବଂ ପିତିରି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶୁଶାନ୍ତ ନାଏକ। ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, […]

ଅଦ୍ୟତନ ହୋଇଛି
କିନ୍ନରଙ୍କୁ ମାଡ଼ ମାରି ଲୁଟିଥିଲେ ସୁନା ଚେନ୍, ଗିରଫ ହେଲେ କନେଷ୍ଟବଲ ଓ ପୂର୍ବତନ ସରପଞ୍ଚ

kamakhyanagar

Advertisment

କାମାକ୍ଷାନଗର (ବିଦ୍ୟାଧର ବରାଳ): କିନ୍ନରଙ୍କ ଠାରୁ ସୁନା ଅଳଙ୍କାର ଲୁଟ କରି ମାଡ଼ ମାରିବା ଘଟଣାରେ ପୁଲିସ କନେଷ୍ଟବଲଙ୍କ ସହିତ ପୂର୍ବତନ ସରପଞ୍ଚଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁ ନିକଟରେ। ଗିରଫ ଅଭିଯୁକ୍ତ କନେଷ୍ଟବଳ ପରଜଙ୍ଗ ଥାନା ଖାଲପାଳ ଗାଁର ମାନସ ରଞ୍ଜନ ନାଏକ ଏବଂ ପିତିରି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶୁଶାନ୍ତ ନାଏକ। ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

Advertisment

ସୂଚନା ଅନୁଯାୟୀ, ତେଲକୋଇରୁ ଏକ ବୋଲେରୋ ଗାଡ଼ିରେ କିଛି କିନ୍ନର ଭୁବନେଶ୍ୱର ଫେରୁଥିଲେ। ଗଡ଼ପଳାଶୁଣି ଗାଁ ନିକଟରେ ଅଭିଯୁକ୍ତ କନେଷ୍ଟବଳ ମାନସ ନାଏକ ଓ ପୂର୍ବତନ ସରପଞ୍ଚ ସୁଶାନ୍ତ ନାଏକ ଗାଡି ଅଟକାଇ ସେମାନଙ୍କୁ ଆକ୍ରମଣ କରିଥିଲେ। କିନ୍ନର ମହମାୟାଙ୍କ ଠାରୁ ଏକ ସୁନା ଚେନ ଛଡାଇ ନେବା ସହ ତାଙ୍କୁ ମାଡ଼ ମାରିଥିଲେ। ଯାହାର ଭିଡିଓ ଭାଇରାଲ୍ ହୋଇଥିଲା।

ପୁଲିସ କନେଷ୍ଟବଳ ଓ ତାଙ୍କ ସହଯୋଗୀ ତଥା ପୂର୍ବତନ ସରପଞ୍ଚ ସୁଶାନ୍ତ ନାଏକ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ଏ ନେଇ କିନ୍ନର ମହମାୟା ପରଜଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଯାହା ପରେ ପୁଲିସ ଉଭୟ କନେଷ୍ଟବଳ ଓ ସରପଞ୍ଚକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe