Advertisment

ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ

ଅଶୋକ କୁମାର ମହାନ୍ତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ନିର୍ମଳାଙ୍କ ଗୋଡ଼ ଭାଙ୍ଗି ଯାଇଛି।

author-image
Tapaswini Nayak
Attack

Attack

ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବଡ଼ ଭାଇ ଗୁଣ୍ଡା ଲଗାଇ ଦମ୍ପତିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ କେରେଜୋଳି ପଞ୍ଚାୟତର ସରବେରେଣୀ ଗାଁରେ। ଆହତ ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।

Advertisment

ଆହତ ଦମ୍ପତି ହେଲେ ଅଶୋକ କୁମାର ମହାନ୍ତ ଓ ତାଙ୍କ ସ୍ତ୍ରୀ ନିର୍ମଳା ମହାନ୍ତ। ଅଶୋକଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ନିର୍ମଳାଙ୍କ ଗୋଡ଼ ଭାଙ୍ଗି ଯାଇଛି। ପୁଲିସ ଡାକ୍ତରଖାନାରେ ପହଞ୍ଚି ନିର୍ମଳାଙ୍କ ବୟାନ ରେର୍କଡ କରିଛି ଓ ଘଟଣାର ତଦନ୍ତ କରୁଛି।

ନିର୍ମଳା କହିଛନ୍ତି, ମୋ ଶାଶୁ ଘର ଲୋକେ ସବୁବେଳେ ମୋତେ ଯୌତୁମ ପାଇଁ ନିର୍ଯାତନା ଦେଉଥିଲେ। ମୋତେ ଛାଡ଼ପତ୍ର ଦେବା ପାଇଁ ମୋ ଶାଶୁଘର ଲୋକେ ମୋ ସ୍ୱାମୀଙ୍କୁ ବାଧ୍ୟ କରୁଥିଲେ। ହେଲେ ମୋ ସ୍ୱାମୀ ମୋତେ ଛାଡ଼ପତ୍ର ଦେଲେ ନାହିଁ। ଆଜି ସକାଳେ ମୋ ଦେଢ଼ଶୁର ଗୁଣ୍ଡା ପଠାଇ ମୋତେ ଓ ମୋ ସ୍ୱାମୀଙ୍କୁ ମରଣାନ୍ତକ ଭାବେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଶାଶୁ,ଶ୍ୱଶୁର ଓ ନଣନ୍ଦ ସମ୍ପୃକ୍ତି ରହିଛି।

Advertisment
Dhenkanal