Advertisment

ସ୍ତ୍ରୀର ମୃତ୍ୟୁ ଖବର ପାଇ ଆସୁଥିବା ବେଳେ ଚାଲିଗଲା ଜୀବନ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଏମିତି ବି ହୁଏ ମୃତ୍ୟୁ। ଘରେ ସ୍ତ୍ରୀର ମୃତଦେହ ଉଦ୍ଧାର। ଏପଟେ ରାସ୍ତାରେ ଯାଉଥିବା ବେଳେ ଦୁର୍ଘଟଣାରେ ସ୍ୱାମୀର ମୃତ୍ୟୁ। ଆଉ ଦେଖୁ ଦେଖୁ କେଇ ଘଣ୍ଟା ଭିତରେ ଚାଲିଗଲା ଦମ୍ପତିଙ୍କର ଜୀବନ। ଆଜି ଏମିତି ଏକ ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲାରେ। ଜିଲ୍ଲା ସଦର ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗାଁର ଦିଲ୍ଲୀପ ନାୟକଙ୍କ ସ୍ତ୍ରୀ ପିଞ୍ଜିରୀ ନାୟକଙ୍କର ମୃତଦେହ ସନ୍ଦେହଜନକ ଭାବରେ ଶାଶୂ ଘରୁ ମିଳିଥିଲା। ଏପଟେ ବାଇକ ଯୋଗେ ଯାଉଥିବା […]

author-image
Ranjit Kumar Jena
ସ୍ତ୍ରୀର ମୃତ୍ୟୁ ଖବର ପାଇ ଆସୁଥିବା ବେଳେ ଚାଲିଗଲା ଜୀବନ

bike

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଏମିତି ବି ହୁଏ ମୃତ୍ୟୁ। ଘରେ ସ୍ତ୍ରୀର ମୃତଦେହ ଉଦ୍ଧାର। ଏପଟେ ରାସ୍ତାରେ ଯାଉଥିବା ବେଳେ ଦୁର୍ଘଟଣାରେ ସ୍ୱାମୀର ମୃତ୍ୟୁ। ଆଉ ଦେଖୁ ଦେଖୁ କେଇ ଘଣ୍ଟା ଭିତରେ ଚାଲିଗଲା ଦମ୍ପତିଙ୍କର ଜୀବନ। ଆଜି ଏମିତି ଏକ ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲାରେ।

Advertisment

ଜିଲ୍ଲା ସଦର ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗାଁର ଦିଲ୍ଲୀପ ନାୟକଙ୍କ ସ୍ତ୍ରୀ ପିଞ୍ଜିରୀ ନାୟକଙ୍କର ମୃତଦେହ ସନ୍ଦେହଜନକ ଭାବରେ ଶାଶୂ ଘରୁ ମିଳିଥିଲା। ଏପଟେ ବାଇକ ଯୋଗେ ଯାଉଥିବା ବେଳେ ଗଁନ୍ଦିଆ ଥାନା ଅନ୍ତର୍ଗତ ବିଶ୍ଵନାଥପୁର ନିକଟରେ ଗଛରେ ପିଟି ହୋଇ ସ୍ୱାମୀ ଦିଲ୍ଲୀପଙ୍କର ମୃତ୍ୟୁ ହୋଇଛି। ମୃତ ଦିଲ୍ଲୀପଙ୍କ ସାଙ୍ଗରେ ଥିବା ସେହି ଗାଁର ହେମନ୍ତ ବେହେରା ଗୁରୁତର ଆହତ ହୋଇଛନ୍ତି। ହେମନ୍ତଙ୍କୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଦିଲ୍ଲୀପଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।

ତେବେ କେଉଁ ପରିସ୍ଥିତିରେ ପିଞ୍ଜିରୀଙ୍କର ମୃତ୍ୟୁ ହେଲା ତା'କୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପିଞ୍ଜିରୀ ଆତ୍ମହତ୍ୟା କରିଛନ୍ତି। ହେଲେ ଏଥାକୁ ଖାରଜ କରିଛନ୍ତି ଦିଲ୍ଲୀପଙ୍କ ବଡ଼ ବାପା। ଏପଟେ ଦୁର୍ଘଟଣା ପୂର୍ବରୁ ସ୍ୱାମୀ ଦିଲ୍ଲୀପ ନିଜ ସ୍ତ୍ରୀଙ୍କର ମୃତ୍ୟୁ ଖବର ପାଇ ଘରକୁ ଫେରୁଥିବାବେଳେ ଦୁର୍ଘଟଣା ଘଟିଥିବା ଚର୍ଚ୍ଚା ହେଉଛି।

Advertisment