Advertisment

ଚାଷ ପ୍ରେମରେ ଚାକିରିଆ ଦମ୍ପତି; ୧୫ ଏକର ଜାଗାରେ ଫଳୁଛି ସୁନାର ଫସଲ

ତପନ ଭାରତର ଏକ ନାମୀ ଦାମୀ ଫାର୍ମାସ୍ୟୁଟିକାଲ କମ୍ପାନୀରେ ଉଚ୍ଚ ପଦସ୍ତ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ସ୍ତ୍ରୀ ସ୍ମିତା ତାଳଚେର ସ୍ଥିତ ମହାନଦୀ କୋଲ ଫିଲଡ୍ସ ବା ଏମସିଏଲ(MCL)ରେ କାର୍ଯ୍ୟରତ ଅଛନ୍ତି। ଉଭୟେ ସଦା ସର୍ବଦା ନିଜ ଚାକିରିରେ ବ୍ୟସ୍ତ ରହିଥିଲେ ବି ଛୁଟି ଓ ଅବସର ସମୟ ନିଜ ଗାଁରେ ଥିବା ଫାର୍ମ ହାଉସରେ ବିନିଯୋଗ କରିଥାନ୍ତି।

Couple

Couple

Advertisment

ଚାଷ ପ୍ରେମରେ ପଡ଼ିଛନ୍ତି ଚାକିରିଆ ଦମ୍ପତି । ୧୫ ଏକର ଜାଗାରେ ଫଳାଇଛନ୍ତି ଭଳିକି ଭଳି ଚାଷର ସମ୍ଭାର। କେଉଁଠି ଆମ୍ବ ଫଳୁଛି ତ କେଉଁଠି ନଡ଼ିଆ, କଦଳୀ, ଅମୃତ ଭଣ୍ଡା, ଛୁଇଁ, ପୋଟଳ ବି ଗଛରେ ହସୁଛି। ଏହା ଦେଖି ଆତ୍ମତୃପ୍ତି ଲାଭ କରୁଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଟାବାହାଳ ଗାଁର ତପନ କୁମାର ପ୍ରଧାନ ଓ ତାଙ୍କ ପତ୍ନୀ ସ୍ମିତା ପ୍ରଧାନ । ଚାଷ କରି ନିଜେ ଅନ୍ତର୍ନିହିତ ଖୁସି ପାଇବା ସହ ବହୁ ଲୋକଙ୍କୁ ରୋଜଗାର ଯୋଗାଇ ପାରୁଥିବା ଏହି ଦମ୍ପତିଙ୍କ ନିକଟରୁ ଛୁଟୁଛି ପ୍ରଶଂସାର ସୁଅ ।

Advertisment

ତପନ ଭାରତର ଏକ ନାମୀ ଦାମୀ ଫାର୍ମାସ୍ୟୁଟିକାଲ କମ୍ପାନୀରେ ଉଚ୍ଚ ପଦସ୍ତ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ସ୍ତ୍ରୀ ସ୍ମିତା ତାଳଚେର ସ୍ଥିତ ମହାନଦୀ କୋଲ ଫିଲଡ୍ସ ବା ଏମସିଏଲ(MCL)ରେ କାର୍ଯ୍ୟରତ ଅଛନ୍ତି। ଉଭୟେ ସଦା ସର୍ବଦା ନିଜ ଚାକିରିରେ ବ୍ୟସ୍ତ ରହିଥିଲେ ବି ଛୁଟି ଓ ଅବସର ସମୟ ନିଜ ଗାଁରେ ଥିବା ଫାର୍ମ ହାଉସରେ ବିନିଯୋଗ କରିଥାନ୍ତି।

collectorଢେଙ୍କାନାଳ ଜିଲ୍ଲାପାଳ ତପନଙ୍କ ଫାର୍ମ ହାଉସ୍‌ ବୁଲି ଦେଖୁଛନ୍ତି।

୧୫ ଏକର ପରିବ୍ୟାପ୍ତ ଅଞ୍ଚଳରେ ଥିବା ତପନଙ୍କ ଫାର୍ମ ହାଉସରେ ଆମ୍ବ, ପିଜୁଳି ,ଆତ, ବିଦେଶୀ ଲେମ୍ବୁଠାରୁ ଆରମ୍ଭ କରି ନଡ଼ିଆ, କଦଳୀ, ଅମୃତ ଭଣ୍ଡା, ଛୁଇଁ, ପୋଟଳ, କୋବି, ବାଇଗଣ ,ଭେଣ୍ଡି ,ମୁଗ, ବିରି ଏବଂ ମାଛ ଓ କୁକୁଡ଼ା ପର୍ଯ୍ୟନ୍ତ ସବୁ କିଛି ଉତ୍ପାଦନ ହେଉଛି। ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ହେଉଥିବା ଏହି ଚାଷ ନିମନ୍ତେ ଉଚ୍ଚମାନର ଟେକ୍ନୋଲୋଜି ବ୍ୟବହାର କରିଥାନ୍ତି ତପନ । ଏଥିରୁ ହେଉଥିବା ରୋଜଗାରରେ ନିଜେ ଲାଭବାନ ହେବା ସହ ୭ ଗୋଟି ପରିବାର ଲୋକଙ୍କ ମୁହଁରେ ବି ସେ ଆହାର ଯୋଗାଇ ଦେଇ ପାରୁ ଥିବା କହିଛନ୍ତି। ତପନଙ୍କ ଏତାଦୃଶ କାର୍ଯ୍ୟ ଫାର୍ମ ହାଉସରେ କାର୍ଯ୍ୟରତ ଶ୍ରମିକଙ୍କ ମୁହଁରେ ହସ ଦେଇ ପାରିଛି ।

Advertisment

ଆମେ ଫାର୍ମରେ ଖୁବ୍‌ କମ୍‌ ସାର ବ୍ୟବହାର କରୁଛୁ। ଜିଆ ଖତ, ଲିମ୍ବ ଖତ, ଲିମ୍ବ ତେଲ, ଲିମ୍ବ ପିଡ଼ିଆ ଆଦି ବ୍ୟବହାର କରୁଛୁ। କୀଟନାଶକ ସାର ଆମେ ବ୍ୟବହାର କରୁନୁ ବୋଲି କହିଛନ୍ତି ତପନ । ଏହାବାଦ ଏହି ଫାର୍ମରେ ୨୦ଟି ପ୍ରକାର ଆମ୍ବ ଚାଷ ହେଉଥିବା ବେଳେ ଏଠାରୁ ଆମ୍ବ ବାହାର ରାଜ୍ୟକୁ ରପ୍ତାନୀ ହେଉଛି ବୋଲି ସେ କହିଛନ୍ତି।

Tapan in his firmନିଜ ଫାର୍ମ ହାଉସରେ ତପନ ।

ଏଥର ନିଜ ଫାର୍ମ ହାଉସରେ ପ୍ରାୟ ୨ ପରିବ୍ୟାପ୍ତ ଜାଗାରେ ରାଞ୍ଚିର ପ୍ରସିଦ୍ଧ ପୋଟଳ ସ୍ଵର୍ଣ୍ଣ ଅଲୋକୀକ୍ ଚାଷ କରିଛନ୍ତି ତପନ । ଏହି ପୋଟଳର ଚାହିଦା ରହିଥିବା ବେଳେ ଏହାର ବଜାର ମୂଲ୍ୟ କିଲୋ ପ୍ରତି ୧୨୦ ଟଙ୍କାରୁ ଅଧିକ ରହିଛି । ଏହି ଚାଷଟି ଡ୍ରିପ ଇରିଗେସନ ମାଧ୍ୟମରେ କରାଯାଉଛି  ବୋଲଇ ସେ କହିଛନ୍ତି ।

ତପନଙ୍କ ୧୫ ଏକର ଚାଷ ଜମି ମଧ୍ୟରେ ବିଭିନ୍ନ ଭେରାଇଟ ଫସଲର ସମ୍ଭାର ଦେଖିବାକୁ ମିଳିବ । ଫାର୍ମ ହାଉସ ମଧ୍ୟରେ ବୋରୱେଲ୍ ,ସ୍ପ୍ରିଙ୍କଲର ,ବଡ଼ ବଡ଼ ପୋଖରୀ ଆଦି ବି ରହିଛି । ତପନଙ୍କ ଫାର୍ମ ହାଉସରେ ପ୍ରାୟ ୩ ଟି ପୋଖରୀ ଥିବା ବେଳେ ସେଥିରେ ମାଛ ଚାଷ ହେଉଛି। ଏହାବାଦ କୁକୁଡ଼ା ଫାର୍ମ ବି ରହିଛି।

Firm Houseତପନଙ୍କ ପତ୍ନୀ ଓ ଝିଅ ଫାର୍ମରେ ବୁଲୁଛନ୍ତି।

ତପନଙ୍କ ଚାଷକୁ ନେଇ ସମଗ୍ର ଜିଲ୍ଲାରେ ବେଶ ଚର୍ଚ୍ଚା ହେଉଥିବା ବେଳେ ଜିଲ୍ଲାପାଳ ସରୋଜ କୁମାର ସେଠି ,ଏସପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ସମେତ କୃଷି,ମତ୍ସ ଓ ଉଦ୍ୟାନ ବିଭାଗର ଅଧିକାରୀ,ସ୍ଥାନୀୟ ବିଡିଓ,ବ୍ଲକ ଅଧ୍ୟକ୍ଷା ମଧ୍ୟ ତପନଙ୍କ ଫାର୍ମ ହାଉସ ବୁଲି ଦେଖିଛନ୍ତି। ତପନଙ୍କ ଫାର୍ମରେ ଫଳିଥିବା ପୋଟଳ ସମସ୍ତଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା।

ତପନଙ୍କ ଫାର୍ମ ହାଉସ ବୁଲି ବେଶ୍‌ ଖୁସି ଥିବା ଜିଲ୍ଲାପାଳ ତପନାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେ ଅନ୍ୟମାନଙ୍କ ପାଇଁ ଉଦାହାରଣ ବୋଲି କହିଛନ୍ତି । ବିଭିନ୍ନ ଚାଷ କରି ଅନ୍ୟମାନଙ୍କୁ ରୋଜଗାର ଯୋଗାଇ ଦିଆଯାଉଛି। ଏହାଦ୍ୱାରା ଅନ୍ୟମାନେ ଅନୁପ୍ରାଣିତ ହୋଇ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିବା ଉଚିତ । ଚାଷୀ ଦେଶର ମେରୁଦଣ୍ଡ। ସେମାନଙ୍କୁ ଲାଭଦାୟକ ଚାଷ କରିବାକୁ ସବୁବେଳେ ପ୍ରଶାସନ ଉତ୍ସାହିତ କରୁଛି ବୋଲି କହିଛନ୍ତି ଜିଲ୍ଲାପାଳ ସରୋଜ ସେଠୀ ।

Firm Houseତପନଙ୍କ ଫାର୍ମ ହାଉସରେ ହସୁଛି ଆମ୍ବ ଗଛ ।

ଚାଷ ପ୍ରେମ ତପନଙ୍କ ଅହେତୁକ ପ୍ରେମ ଦେଖି  ତାଙ୍କ ପତ୍ନୀ ମଧ୍ୟ ଖୁବ୍‌ ସମର୍ଥନ ଯୋଗାଉଛନ୍ତି।। ଚାଷ କରିବା ମୋ’ ସ୍ୱାମୀଙ୍କ ନିଶା। ଅବସର ପାଇଲେ ଫାର୍ମ ହାଉସକୁ ଚାଲି ଆସି ନିଜେ ବି କାମରେ ଲାଗି ପଡ଼ିଥାନ୍ତି ବୋଲି କହିଛନ୍ତି ସ୍ମିତା ।

Odisha Agriculture Agriculture Land Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe