Advertisment

କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର

କିଛିଦିନ ତଳେ ହିନ୍ଦୋଳ ରେଞ୍ଜରୁ କଲାରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ଜଙ୍ଗଲରେ ବିଛା ଯାଇଥିବା ଜାଲରେ ପଡ଼ି ବାଘର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
tiger

tiger

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଦୁଦୁରକୋଟ ଗାଁ ନିକଟ ଗ୍ରାମ୍ୟ ଜଙ୍ଗଲରୁ କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ବାଘଟିର ଦୁଇ ଦିନ ତଳେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। କେଉଁ ପରିସ୍ଥିତିରେ ବାଘର ମୃତ୍ୟୁ ହୋଇଛି ସେ ନେଇ ସ୍ପଷ୍ଟ ହୋଇନାହିଁ। ବନବିଭାଗର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି।

Advertisment

ଢେଙ୍କାନାଳ ଡିଏଫ୍ଓ ପ୍ରକାଶ ଚନ୍ଦ୍ର ଗୋଗୀନେନୀ କହିଛନ୍ତି, ଦୁଦୁରକୋଟ ଗାଁ ନିକଟ ଗ୍ରାମ୍ୟ ଜଙ୍ଗଲରୁ କଲରାପତରିଆ ବାଘର ଗଳିତ ମୃତଦେହ ପଡ଼ିଥିବା ଖବର ଆସିଥିଲା। ବାଘର ମୃତଦେହଟି ନଟିରେ ପଡ଼ିଛି। ବାଘର କେମିତି ମୃତ୍ୟୁ ଘଟିଲା ତାହା ଜଣାପଡ଼ିନାହିଁ। ଭୁବନେଶ୍ୱରରୁ ଜେଟିଏଫଙ୍କୁ ଡାକିଛୁ। ଆମେ ମଧ୍ୟ ଅନୁଧ୍ୟାନ କରୁଛୁ।

ଗତବର୍ଷ ମେ’ ୨୦ ତାରିଖରେ ହିନ୍ଦୋଳ ରେଂଜରୁ ହିନ୍ଦୋଳ ଏକ କଲାରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଥିଲା। ଜଙ୍ଗଲରେ ବିଛା ଯାଇଥିବା ଜାଲରେ ପଡ଼ି ବାଘର ମୃତ୍ୟୁ ହୋଇଥିବା ଢେଙ୍କାନାଳ ଡିଏଫଓ ସୂଚନା ଦେଇଥିଲେ। ବାଘର ମୃତ୍ୟୁ ପ୍ରାୟ ୪ ଦିନ ତଳେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା।

Advertisment