Advertisment

ଦନ୍ତା ହାତୀର ମୃତଦେହ ଉଦ୍ଧାର

ମୃତ ହାତୀକୁ ପ୍ରାୟ ୨୦ ବର୍ଷ ହୋଇଥିଲା ବୋଲି କୁହାଯାଇଛି।

Elephant

Elephant

Advertisment

ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଓସ୍ତପାଳ ଗାଁ ନିକଟରେ ରବିବାର ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀକୁ ପ୍ରାୟ ୨୦ ବର୍ଷ ହୋଇଥିଲା।

Advertisment

ଆଜି ସକାଳେ ଦନ୍ତାହାତୀର ମୃତଦେହ ପଡ଼ିଥିବା ଦେଖି ଓସ୍ତପାଳ ଗ୍ରାମବାସୀ ବନବିଭାଗକୁ ଖବର କରିଥିଲେ। ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଟିମ ପହଞ୍ଚି ତଦନ୍ତ କରିଛି। ଖାଦ୍ୟ ବିଷକ୍ରିୟା ଯୋଗୁ ଦନ୍ତାହାତୀର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ପରେ ହାତୀର ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ ପକ୍ଷରୁ ସୁଚନା ଦିଆଯାଇଛି।

Elephant Death Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe