tension in the medical premises.
ଢେଙ୍କାନାଳ ହସ୍ପିଟାଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ। ମୃତକ ଜଣଙ୍କ ହେଉଛନ୍ତି ସଦର ଥାନା ଅନ୍ତର୍ଗତ ବେଶାଳିଆ ଗ୍ରାମର ଅଥାନି ଦେହୁରୀ। ୪୨ ବର୍ଷିୟ ଅଥାନି ଗତ ରବିବାର ଦିନ ମଦ ବ୍ୟବସାୟ ଅଭିଯୋଗରେ ଜେଲରେ ବିଚାରଧୀନ କଏଦୀ ଭାବେ ଥିଲେ। ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ଆଜି ସକାଳୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Advertisment
ସେପଟେ ଅଥାନିଙ୍କୁ ବାଡେଇ ବାଡେଇ ମାରିଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଜେଲ ପକ୍ଷରୁ ଅଥାନିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପରିବାର ଲୋକଙ୍କୁ ଅବଗତ କରାଯାଇନଥିବା ମଧ୍ୟ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଯାହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଘଟଣାର ତଦନ୍ତ ଦାବି କରିଛନ୍ତି ମୃତକ ଅଥାନିଙ୍କ ପରିବାର ଲୋକେ।
ତେବେ ଏନେଇ ଜେଲ କର୍ତ୍ତୃପକ୍ଷ କିମ୍ବା ଅବକାରୀ ବିଭାଗ ଅଧିକାରୀଙ୍କ ପକ୍ଷରୁ କୌଣସି ମତ ମିଳିପାରିନି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
