ଢେଙ୍କାନାଳ ସଦର ରେଞ୍ଜ୍ ଓସ୍ତପାଳ ଗାଁରେ ହାତୀ ମୃତ୍ୟୁ ଘଟଣାରେ ସ୍ଥାନୀୟ ଗ୍ରାମର ଚାଷୀ ବିପିନ ସାହୁ ଗିରଫ। ଫସଲ ଜଗିବାକୁ ଜମିରେ ବିଦ୍ୟୁତ ତାର ବିଛାଇଥିଲେ ବିପିନ୍। ବିଦ୍ୟୁତ ସଂସ୍ପର୍ଶରେ ହାତୀ ମରିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଯାହା ପରେ ତାଙ୍କୁ ଗିରଫ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନା ଥାଉକି, ମୃତ ହାତୀକୁ ପ୍ରାୟ ୨୦ ବର୍ଷ ହୋଇଥିଲା। ଆଜି ସକାଳେ ଦନ୍ତାହାତୀର ମୃତଦେହ ପଡ଼ିଥିବା ଦେଖି ଓସ୍ତପାଳ ଗ୍ରାମବାସୀ ବନବିଭାଗକୁ ଖବର କରିଥିଲେ। ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଟିମ ପହଞ୍ଚି ତଦନ୍ତ କରିଥିଲା।
ତେବେ ଶବ ବ୍ୟବଚ୍ଛେଦ ପରେ ହାତୀର ମୃତ୍ୟୁର କାରଣ ସ୍ପଷ୍ଟ ହୋଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।