Advertisment

କରେଣ୍ଟ ଝଟକାରେ ହାତୀର ମୃତ୍ୟୁ, ଚାଷୀ ଗିରଫ

ଫସଲ ଜଗିବାକୁ ଜମିରେ ବିଦ୍ୟୁତ ତାର ବିଛାଇଥିଲେ ବିପିନ୍।

ଅଦ୍ୟତନ ହୋଇଛି
elephant death

elephant death

Advertisment

ଢେଙ୍କାନାଳ ସଦର ରେଞ୍ଜ୍‌ ଓସ୍ତପାଳ ଗାଁରେ ହାତୀ ମୃତ୍ୟୁ ଘଟଣାରେ ସ୍ଥାନୀୟ ଗ୍ରାମର ଚାଷୀ ବିପିନ ସାହୁ ଗିରଫ। ଫସଲ ଜଗିବାକୁ ଜମିରେ ବିଦ୍ୟୁତ ତାର ବିଛାଇଥିଲେ ବିପିନ୍। ବିଦ୍ୟୁତ ସଂସ୍ପର୍ଶରେ ହାତୀ ମରିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଯାହା ପରେ ତାଙ୍କୁ ଗିରଫ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Advertisment

ସୂଚନା ଥାଉକି, ମୃତ ହାତୀକୁ ପ୍ରାୟ ୨୦ ବର୍ଷ ହୋଇଥିଲା। ଆଜି ସକାଳେ ଦନ୍ତାହାତୀର ମୃତଦେହ ପଡ଼ିଥିବା ଦେଖି ଓସ୍ତପାଳ ଗ୍ରାମବାସୀ ବନବିଭାଗକୁ ଖବର କରିଥିଲେ। ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଟିମ ପହଞ୍ଚି ତଦନ୍ତ କରିଥିଲା।

ତେବେ ଶବ ବ୍ୟବଚ୍ଛେଦ ପରେ ହାତୀର ମୃତ୍ୟୁର କାରଣ ସ୍ପଷ୍ଟ ହୋଇଛି।

Elephant Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe