Advertisment

ହାତୀ ନେଲା ଜୀବନ

ମୃତ ବ୍ୟକ୍ତିଙ୍କ ନାଁ ସାହେବ ରାଉତ। ସେ ଆଜି ସକାଳେ ଶୌଚ ପାଇଁ ଗାଁ ନିକଟସ୍ଥ ଗଡ଼ିଆକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ।

DeadBody

DeadBody

Advertisment

ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ମହାଲୁଣ୍ଡା ପଞ୍ଚାୟତ ମାଗୁବେରେଣୀ ଗ୍ରାମରେ ଘଟିଛି ଏହି ଘଟଣା।

Advertisment

ମୃତ ବ୍ୟକ୍ତିଙ୍କ ନାଁ ସାହେବ ରାଉତ। ସେ ଆଜି ସକାଳେ ଶୌଚ ପାଇଁ ଗାଁ ନିକଟସ୍ଥ ଗଡ଼ିଆକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ।

ଦନ୍ତା ସାହେବଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେଇଥିଲା ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଘଟଣାସ୍ଥଳରେ ହିଁ ସାହେବଙ୍କ ମୃତ୍ୟୁ ଘଟିଥିଲା।

Advertisment

ଘଟଣା ସଂପର୍କରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସେମାନେ ହାତୀର ଗତିବିଧି ଉପରେ ନଜର ରଖିଥିବା ଜଣାପଡ଼ିଛି।

Elephant Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe