Advertisment

ଝରକାରେ ଶୁଣ୍ଢ ପୂରାଇ ପଖାଳ ଭାତ ଖାଇଦେଲା ହାତୀ

ଭାତ ଖାଇସାରିବା ପରେ ହାତୀଟି ଚାଳ ଛପର ରୋଷେଇ ଘରକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
DKL

DKL

ପେଟର ଭୋକ ମେଣ୍ଟାଇବାକୁ ଗାଁରେ ପଶିଥିଲା ହାତୀ। ହେଲେ କୁଆଡ଼େ କିଛି ନପାଇ ଜଣଙ୍କ ଝରକାରେ ଶୁଣ୍ଢ ପୂରାଇ ପଖାଳ ଭାତ ହାଣ୍ଡି ଉଠାଇ ଆଣିବାକୁ ଉଦ୍ୟମ କରିଥିଲା। ବାରମ୍ୱାର ଚେଷ୍ଟା ସତ୍ତ୍ୱେ ସଫଳ ହୋଇନଥିଲା ହାତୀ। ଶେଷରେ ଶୁଣ୍ଢରେ ସବୁ ଭାତ ଖାଇ ଦେଇଥିଲେ। ଆଉ ତା’ପରେ ରୋଷେଇ ଘର ଚାଳ ଛପରକୁ ଭାଙ୍ଗି ଦେଇଥିବା ଅଭିଯୋଗ ହେଉଛି। ଏପରି ଚିତ୍ର ଆସିଛି ଢେଙ୍କାନାଳ ଜିଲ୍ଲାରୁ।

Advertisment

ହିନ୍ଦୋଳ ବନାଞ୍ଚଳରୁ ଗୋଟିଏ ଦନ୍ତା ହାତୀ ଖାଦ୍ୟ ଅନ୍ୱେଷଣରେ ଗ୍ରାମାଭିମୁଖୀ ହୋଇଥିଲା। ବିଳମ୍ୱିତ ରାତିରେ ହାତୀଟି କୁନୁଆର ବେଲବାହାଳୀ ଗାଁରେ ପଶିଥିଲା। ହାତୀଟି ଜଣଙ୍କ ମାଟି ଘର ଝରକା ଦେଇ ଶୁଣ୍ଢ ପୂରାଇ ରୋଷେଇ ଭାତ ହାଣ୍ଡିକୁ ଉଠାଇ ଆଣିବାକୁ ଚେଷ୍ଟା କରିଥିଲା। ମାତ୍ର ଝରକାଠାରୁ ଭାତ ହାଣ୍ଡିଟି ବଡ଼ ହୋଇଥିବାରୁ ହାତୀ ନେଇ ପାରିନଥିଲା। ହାତୀ ବାରମ୍ୱାର ଉଦ୍ୟମ କରିବା ଭିତରେ ଭାତ ହାଣ୍ଡିଟି ଢ଼ାଳି ଯାଇଥିଲା। ଶେଷରେ କିଛି ଉପାୟ ନପାଇ ହାତୀ ବିଚରା, ହାଣ୍ଡିରେ ଯେଉଁ ଗୁଣ୍ଡାକ ଭାତ ଥିଲା ତାଙ୍କୁ ଖାଇ ଦେଇଥିଲା। ଭାତ ଖାଇସାରିବା ପରେ ହାତୀଟି ଚାଳ ଛପର ରୋଷେଇ ଘରକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ହାତୀ ଶବ୍ଦ ଶୁଣି ଗାଁ ଲୋକେ ଉଠି ପଡ଼ିଥିଲେ। ହୋ-ହଲ୍ଲା କରିବାରୁ ହାତୀଟି ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲକୁ ପଳାଇ ଯାଇଥିଲା। ଗାଁ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀମାନେ ଗାଁରେ ପହଞ୍ଚି ହାତୀର ଗତି‍ବିଧି ଉପରେ ନଜର ରଖିଛନ୍ତି। ହାତୀଟି ସେହି ଜଙ୍ଗଲରେ ଘୂରି ବୁଲୁଥିବା ଜଣାପଡ଼ି। ହାତୀ ଭାତ ଖାଇବାର ଦୃଶ୍ୟ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଛି।

Advertisment

ସୂଚନାରୁ ପ୍ରକାଶ, ଶିଳ୍ପାୟନ ନାଁ ଦିନକୁ ଦିନ ଜଙ୍ଗଲ କାଟି ଦିଆଯାଉଛି। ଯେଉଁଥିପାଇଁ ଜଙ୍ଗଲୀ ଜୀବଯନ୍ତୁ ଯଥା ହାତୀଙ୍କ ବାସସ୍ଥାନ ଓ ଖାଦ୍ୟ ନଷ୍ଟ ହେଉଛି। ତେଣୁ ଖାଦ୍ୟ ଅନ୍ୱେଷଣରେ ହାତୀମାନେ ଗ୍ରାମାଭିମୁଖ ହେଉଛନ୍ତି। ଯାହା ଫଳରେ ଅନେକ ସମୟରେ ମଣିଷ ଓ ହାତୀଙ୍କ ମଧ୍ୟରେ ଲଢ଼େଇ ହେଉଛି। କେତେବେଳେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ହାତୀର ପ୍ରାଣ ଯାଉଛି।

Odisha Elephant Attack