Dead Elephant
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଗୁରିଲୋ ଗାଁ ମଶାଣି ନିକଟସ୍ଥ କାଜୁ ଜଙ୍ଗଲରେ ଚିକିତ୍ସାଧୀନ ଥିବା ଦନ୍ତା ହାତୀର ମୃତ୍ୟୁ ଘଟିଛି।
୨୫ ବର୍ଷୀୟ ଏହି ଦନ୍ତାଟି କିଛି ଦିନ ହେବ କେଉଁ ଆଡେ ଯାଇ ନ ପାରି ଗୋଟିଏ ସ୍ଥାନରେ ରହୁଥିଲା। ତେଣୁ ସେ ଅସୁସ୍ଥ ଥିବା ବନ କର୍ମଚାରୀମାନେ ଅନୁମାନ କରିଥିଲେ। ଯାଞ୍ଚ କରିବା ପରେ ହାତୀ ଅସୁସ୍ଥ ଥିବା ଜଣାପଡ଼ିଥିଲା। ଏହା ପରେ ସାତକୋଶିଆରୁ ଏକ ବିଶେଷଜ୍ଞ ଦଳ ଆସି ହାତୀର ଚିକିତ୍ସା କରୁଥିଲେ।
ହାତୀଟିର ଶରୀରରୁ ଜଳୀୟ ଅଂଶ କମିଯାଇଥିବାରୁ ତାକୁ ସାଲାଇନ ଦିଆଯାଇଥିଲା। ତା’ସହିତ ଆଣ୍ଟିବାୟୋଟିକ ଦିଆଯାଇଥିଲା ବୋଲି ସୂଚନା ମିଳିଥିଲା। ତେବେ ଚିକିତ୍ସା ସତ୍ତ୍ୱେ ଗତକାଲି ରାତିରେ ହାତୀଟିର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1686206505.jpg)