Advertisment

ଆହତ ଦନ୍ତା ନେଲା ଜୀବନ, ଆଖି ବୁଜିଲେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ସଦସ୍ୟ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଆହତ ଦନ୍ତାର ଚିକିତ୍ସା ପାଇଁ ଯାଇ ଆଖି ବୁଜିଲେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ସଦସ୍ୟ । ଯାହାର ଚିକିତ୍ସା ପାଇଁ ଯାଇଥିଲେ, ତାହାରି ଆକ୍ରମଣରେ ଚାଲିଗଲା ଜୀବନ। ମୃତକ ହେଲେ ବିଶ୍ଵରଞ୍ଜନ ପାଣିଗ୍ରାହୀ। ଗତକାଲି ଆହତ ହାତୀକୁ ଦୂରରୁ ବନ୍ଧୁକ ଦ୍ୱାରା ଆଣ୍ଟିବାୟୋଟିକ ଇଞ୍ଜେକସନ ହେଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ବିଶ୍ଵରଞ୍ଜନ। ତାଙ୍କୁ ପ୍ରଥମେ ଢେଙ୍କାନାଳ ମେଡିକାଲ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ହୋଇଛି। […]

author-image
Niharika Rout
ଆହତ ଦନ୍ତା ନେଲା ଜୀବନ, ଆଖି ବୁଜିଲେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ସଦସ୍ୟ

elephant

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଆହତ ଦନ୍ତାର ଚିକିତ୍ସା ପାଇଁ ଯାଇ ଆଖି ବୁଜିଲେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ସଦସ୍ୟ । ଯାହାର ଚିକିତ୍ସା ପାଇଁ ଯାଇଥିଲେ, ତାହାରି ଆକ୍ରମଣରେ ଚାଲିଗଲା ଜୀବନ। ମୃତକ ହେଲେ ବିଶ୍ଵରଞ୍ଜନ ପାଣିଗ୍ରାହୀ। ଗତକାଲି ଆହତ ହାତୀକୁ ଦୂରରୁ ବନ୍ଧୁକ ଦ୍ୱାରା ଆଣ୍ଟିବାୟୋଟିକ ଇଞ୍ଜେକସନ ହେଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ବିଶ୍ଵରଞ୍ଜନ।

Advertisment

ତାଙ୍କୁ ପ୍ରଥମେ ଢେଙ୍କାନାଳ ମେଡିକାଲ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ହୋଇଛି।

ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଗହମଖୁଣ୍ଟି ନିକଟରେ ବୁଲୁଛି ଆହତ ଦନ୍ତା । ଗତ ମାସେ ତଳେ ଏହି ଦନ୍ତା ଆକ୍ରମଣରେ ୩ ଜଣ ପ୍ରାଣ ହରାଇଥିଲେ । ଏବେ ହାତୀର ଡାହାଣ ପଟ ପଛ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି ।

Advertisment

ଗତକାଲିଠାରୁ ସେହି ଅଞ୍ଚଳରେ ରହିଛି ଦନ୍ତାଟି । ତାକୁ ଦୂରରୁ ବନ୍ଧୁକ ଦ୍ୱାରା ଇଞ୍ଜେକସନ ଦିଆଯାଇ ଚିକିତ୍ସା କରାଯାଉଛି। ସେଥିରେ ସୁଫଳ ନ ମିଳିଲେ ଟ୍ରାଙ୍କୁଲାଇଜ କରାଯିବ ବୋଲି ଢେଙ୍କାନାଳ ଡିଏଫଓ ସୂଚନା ଦେଇଛନ୍ତି।