ନିର୍ଦ୍ଦୋଷରେ ଖଲାସ ହେଲେ ‘ଡାଡି’

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ନିର୍ଦ୍ଦୋଷରେ ଖଲାସ ହେଲେ ବହୁ ଚର୍ଚ୍ଚିତ ଡାଡି ଓରଫ ଗୁଡ୍ ନ୍ୟୁଜ ଇଣ୍ଡିଆର ଅଧ୍ୟକ୍ଷ ଫୟାଜ ରେହମାନ। ତାଙ୍କ ସହଯୋଗୀ ଉଦିତ୍ ଲିମାଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ପକ୍ସୋ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ। ୨୦୧୮ ମସିହା ନଭେମ୍ବର ମାସର ବହୁ ଚର୍ଚ୍ଚିତ ଶିଶୁ ଯୌନ ନିର୍ଯାତନା ଘଟଣାର ରାୟ ପ୍ରକାଶ ପାଇଛି। ଢେଙ୍କାନାଳ ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ଏହି ମାମଲାର ବିଚାର କରି ଘଟଣାର ଅଢେଇ ବର୍ଷ […]

fayaz-rehman

Ranjit Kumar Jena
  • Published: Friday, 30 July 2021
  • , Updated: 30 July 2021, 06:43 PM IST

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ନିର୍ଦ୍ଦୋଷରେ ଖଲାସ ହେଲେ ବହୁ ଚର୍ଚ୍ଚିତ ଡାଡି ଓରଫ ଗୁଡ୍ ନ୍ୟୁଜ ଇଣ୍ଡିଆର ଅଧ୍ୟକ୍ଷ ଫୟାଜ ରେହମାନ। ତାଙ୍କ ସହଯୋଗୀ ଉଦିତ୍ ଲିମାଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ପକ୍ସୋ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ। ୨୦୧୮ ମସିହା ନଭେମ୍ବର ମାସର ବହୁ ଚର୍ଚ୍ଚିତ ଶିଶୁ ଯୌନ ନିର୍ଯାତନା ଘଟଣାର ରାୟ ପ୍ରକାଶ ପାଇଛି। ଢେଙ୍କାନାଳ ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ଏହି ମାମଲାର ବିଚାର କରି ଘଟଣାର ଅଢେଇ ବର୍ଷ ପରେ ରାୟ ଶୁଣାଇଛନ୍ତି। ରାୟ ମୁତାବକ ଅଭିଯୁକ୍ତ ସଂସ୍ଥାର ଅଧ୍ୟକ୍ଷ ଫୟାଜ ରେହମାନ ଓରଫ ଡାଡି ଓ ସହଯୋଗୀ ନିର୍ଦ୍ଦେଶକ ଉଦିତ ଲିମାଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ସୂଚନା ଥାଉକି, ଗୁଡ୍ ନ୍ୟୁଜ ଇଣ୍ଡିଆ ନାମକ ଏକ ସ୍ଵେଛାସେବୀ ଅନୁଷ୍ଠାନ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଲଟିକିରି ଗ୍ରାମ ନିକଟରେ ଢେଙ୍କାନାଳ ଡ୍ରିମ ସେଣ୍ଟର ନାମରେ ଏକ ଚାଇଲ୍ଡ ଓପନ ସେଲଟର କରିଥିଲା। ଯେଉଁ ଠାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୬ ଜଣ ଝିଅଙ୍କୁ ମିଶାଇ ମୋଟ ୯୬ଜଣ ଶିଶୁଙ୍କୁ ଶିକ୍ଷା ଦାନ ଆଳରେ ରଖାଯାଇଥିଲା। ମାତ୍ର ଏହି ଡ୍ରିମ ସେଣ୍ଟରରେ ନାବାଳିକା ମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଅନ୍ତେବାସୀମାନେ ଅଭିଯୋଗ ଉଠାଇଥିଲେ।

ଏହି ସଂସ୍ଥାର ଅଧ୍ୟକ୍ଷ ତଥା ଶିଶୁ ଗୃହର ଡାଡି ବା ଫାଦର ଭାବେ ପରିଚିତ ‍ଫୟାଜ ରେହମାନଙ୍କ ନାମରେ ଏହି ଅଭିଯୋଗ ଉଠିଥିଲା। ଆଉ ତାଙ୍କୁ ତାଙ୍କ ସହଯୋଗୀ ନିର୍ଦ୍ଦେଶକ ଉଦିତ ଲିମା ଏହି କେଲେଙ୍କାରୀରେ ସହଯୋଗ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଢେଙ୍କାନାଳ ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଛାନଭିନ ଆରମ୍ଭ ହେବାରୁ ସାରୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରିସ୍ଥିତି ହୋଇଥିଲା।

ତେବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଏ ସମ୍ପର୍କରେ ସଦର ଥାନାରେ ଲିଖିତ ଅଭିଯୋଗ ପରେ ମାମଲା ରୁଜୁ ହୋଇଥିଲା। ପରେ ସଂସ୍ଥାର ଢେଙ୍କାନାଳ ଇନଚାର୍ଜ ସୀମାଞ୍ଚଳ ନାୟକ, ଅଧ୍ୟକ୍ଷ ଫୟାଜ ରେହମାନ ଓ ସହଯୋଗୀ ନିର୍ଦ୍ଦେଶକ ଉଦିତ ଲିମାଙ୍କୁ ଗତ ୨୦୧୮ ମସିହା ଡିସେମ୍ବର ୧ ତାରିଖରେ ଗିରଫ କରି ସ୍ୱତନ୍ତ୍ର ପକ୍ସୋ କୋର୍ଟକୁ ଚାଲାଣ କରାଯାଇଥିଲା। ଏହି ଘଟଣା ପଦାକୁ ଆସିବା ପରେ ସ୍ଥାନୀୟ ବାସିନ୍ଦା ତଥା ରାଜ୍ୟବ୍ୟାପୀ ଆନ୍ଦୋଳନ ପ୍ରତିବାଦ ଜୋର ଧରିଥିଲା।

ତେବେ ଏହି ସଂସ୍ଥାର ରାଜ୍ୟରେ ବୌଦ୍ଧ, ଫୁଲବାଣୀ, କଳାହାଣ୍ଡି, ଗଜପତି ଆଦି ବିଭିନ୍ନ ଜିଲ୍ଲାରେ ଶିଶୁ ସୁରକ୍ଷା ଆଇନକୁ ଉଲ୍ଲଂଘନ କରି ଏପରି ୨୫ଟି ଶିଶୁ ଗୃହ କରିଥିବା ଜଣାପଡିଥିଲା। ଯାହାକୁ ନେଇ ରାଜ୍ୟବ୍ୟାପୀ ଥିବା ସଂସ୍ଥା ଗୁଡ଼ିକ ଉପରେ ଚଢ଼ାଉ କରାଯାଇଥିଲା। ଏପଟେ ଏହି ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚା ହେବାରୁ ଢେଙ୍କାନାଳ ଡ୍ରିମ୍ ସେଣ୍ଟରରୁ ପିଲାମାନଙ୍କୁ ତାଙ୍କ ଅଭିଭାବକ ମାନେ ନେଇ ଯାଇଥିବା ସହ ପ୍ରଶାସନ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଥିବା ଏହି ସଂସ୍ଥାର ଡ୍ରିମ ସେଣ୍ଟରକୁ ସିଲ କରିଦିଆଯାଇଥିଲା।

Related story