Advertisment

ସମିତି ସଭ୍ୟ ପାଇଁ ଲଢ଼ି ହାରିଗଲେ ପୂର୍ବତନ ମନ୍ତ୍ରୀ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ସମତି ସଭ୍ୟ ପଦ ପାଇଁ ଲଢ଼େଇ କରି ପରାସ୍ତ ହେଲେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ଅଞ୍ଜଳି ବେହେରା । ଅଞ୍ଜଳି ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୮୨୬ ଖଣ୍ଡ ଭୋଟ୍‌ରେ ପରାଜିତ ହୋଇଛନ୍ତି । ଅଞ୍ଜଳି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗିରିଧରପ୍ରସାଦ ପଞ୍ଚାୟତରେ ସମତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ  । ଗତକାଲି ଭୋଟ୍ ଗଣତି ହୋଇଥିବାବେଳେ ଅଞ୍ଜଳିଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଅଞ୍ଜଳି ପୂର୍ବରୁ ବିଜେଡି […]

author-image
Niharika Rout
ଅଦ୍ୟତନ ହୋଇଛି
ସମିତି ସଭ୍ୟ ପାଇଁ ଲଢ଼ି ହାରିଗଲେ ପୂର୍ବତନ ମନ୍ତ୍ରୀ

anjali behera

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ସମତି ସଭ୍ୟ ପଦ ପାଇଁ ଲଢ଼େଇ କରି ପରାସ୍ତ ହେଲେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ଅଞ୍ଜଳି ବେହେରା । ଅଞ୍ଜଳି ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୮୨୬ ଖଣ୍ଡ ଭୋଟ୍‌ରେ ପରାଜିତ ହୋଇଛନ୍ତି ।

Advertisment

ଅଞ୍ଜଳି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗିରିଧରପ୍ରସାଦ ପଞ୍ଚାୟତରେ ସମତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ  । ଗତକାଲି ଭୋଟ୍ ଗଣତି ହୋଇଥିବାବେଳେ ଅଞ୍ଜଳିଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି।

ଅଞ୍ଜଳି ପୂର୍ବରୁ ବିଜେଡି ଟିକେଟରୁ ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।୨୦୦୦, ୨୦୦୪ ଓ ୨୦୦୯ ନିର୍ବାଚନରେ ସେ ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ।  ପରେ ଦୁଇ ଦୁଇ ଥର ମନ୍ତ୍ରୀ ପଦରେ ମଧ୍ୟ ବସିଥିଲେ। ବିଜେଡିରେ ବିଧାୟକ ହେବା ପରେ ୨୦୦୯ରୁ ୨୦୧୧ ଯାଏ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ୨୦୧୧ରୁ ୨୦୧୨ ଯାଏ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଥିଲେ । ପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ  ସେ ଦଳରୁ ନିଲମ୍ବିତ ହୋଇଥିଲେ ଓ ଟିକେଟ୍ ମଧ୍ୟ ପାଇ ନ ଥିଲେ।

Advertisment

ଏହାପରେ ଗତବର୍ଷ ସେ ବିଜେପିରେ ଯୋଗ ଦେଇଥିଲେ। ଏହି ସମୟରେ ସେ ବିଜେଡି ବିରୋଧରେ ବିଷେଦାଗାର କରିଥିଲେ।  ମୋ ବାପା, ମା’ ଓ ମୁଁ ବିଜେଡିରେ ରହି ଢେଙ୍କାନାଳବାସୀଙ୍କର ସେବା କରୁଥିଲୁ । ହେଲେ ସେହି ଦଳ ଆମକୁ ଗୋଇଠା ମାରିଛି। ବିଜେଡି ଦଳ ମୋର ବହୁତ କ୍ଷତି କରିଛି ବୋଲି କହିଥିଲେ ଅଞ୍ଜଳି। ଏହାପରେ ସେ ବିଜେପିରେ ଯୋଗ ଦେଇ ଚଳିତ ନିର୍ବାଚନରେ  ଲଢ଼ିଥିଲେ। ହେଲେ ଶେଷରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି।