Advertisment

ପୂର୍ବତନ ସମିତି ସଭ୍ୟଙ୍କୁ ନିର୍ମମ ହତ୍ୟା

ଗତକାଲି ରାତି ପ୍ରାୟ ୯ଟା ସମୟରେ ସର୍ବେଶ୍ୱର କାଜୁ ବଗିଚାରୁ ଘରକୁ ଫେରୁଥିଲେ।

ଅଦ୍ୟତନ ହୋଇଛି
Former samiti member

Former samiti member

Advertisment

ଦିଘି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଦିଘି ପଞ୍ଚାୟତରେ ଏପରି ଘଟଣା ଘଟିଛି। ତାଙ୍କ ନାଁ ସର୍ବେଶ୍ୱର ରାଉତ। ଏହି ଘଟଣାରେ ପୁଲିସ ୫ ଜଣଙ୍କ ଅଟକ ରଖି ପଚରାଉଚରା କରୁଛି।

Advertisment

ଗତକାଲି ରାତି ପ୍ରାୟ ୯ଟା ସମୟରେ ସର୍ବେଶ୍ୱର କାଜୁ ବଗିଚାରୁ ଘରକୁ ଫେରୁଥିଲେ। ଏହି ସମୟରେ ଦାମନଳିଆ ଜୋର ନିକଟରେ ତାଙ୍କୁ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଓ ଲୁଡା ରଡ୍‌ରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ସର୍ବେଶ୍ୱରଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ଲୋକେ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ପୁଲିସ ଏହି ଘଟଣାରେ ୫ଜଣଙ୍କୁ ଅଟକ ରଖିଛି। ଅଟକ ବ୍ୟକ୍ତିମାନେ ସର୍ବେଶ୍ୱରଙ୍କ ଗାଁରେ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ସହ ସବେଶ୍ୱରଙ୍କର କିଛି ଦିନ ତଳେ ବଚସା ହୋଇଥିଲା। ସବେଶ୍ୱରଙ୍କୁ ଏହି ଯୁବକମାନେ କେଉଁ କାରଣ ପାଇ ହତ୍ୟା କଲେ,  ତାର କାରଣ ଜଣାପଡ଼ି ନାହିଁ। ରାଜନୈତିକ କାରଣ ଥିଲା ଆଉ କିଛି ଥିଲା ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Odisha Police ‌Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe