Advertisment

ଟାଟା ଷ୍ଟିଲ୍‌ ପ୍ଲାଣ୍ଟରେ ଷ୍ଟିମ୍‌ ପାଇପ୍‌ ଫାଟି ୧୯ ଗୁରୁତର

ଆଜି ଅପରାହ୍ନରେ ମେରାମଣ୍ଡଳି ସ୍ଥିତ ଟାଟା ଷ୍ଟିଲ୍‌ର ପାୱାର ପ୍ଲାଣ୍ଟର ଷ୍ଟିମ୍‌ ପାଇପ ମରାମତି ଚାଲିଥିଲା। ଠିକ୍‌ ସେହି ସମୟରେ ଷ୍ଟିମ୍‌ ପାଇପର ଭଲ୍‌ଭ ଖୋଲି ଯାଇଥିଲା।

ଅଦ୍ୟତନ ହୋଇଛି
TATA

TATA

Advertisment

ଢେଙ୍କାନାଳ ମେରାମଣ୍ଡଳି ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ମରାମତି ବେଳେ ଅଘଟଣ ଘଟିଛି। ଷ୍ଟିମ୍‌ ପାଇପ ଭଲ୍‌ଭ ଖୋଲି ଯିବାରୁ ୧୯ କର୍ମଚାରୀ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ କଟକର ଏକ ଘରୋଇ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ପରେ କମ୍ପାନୀ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ଆଜି ଅପରାହ୍ନରେ ମେରାମଣ୍ଡଳି ସ୍ଥିତ ଟାଟା ଷ୍ଟିଲ୍‌ର ପାୱାର ପ୍ଲାଣ୍ଟର ଷ୍ଟିମ୍‌ ପାଇପ ମରାମତି ଚାଲିଥିଲା। ଠିକ୍‌ ସେହି ସମୟରେ ଷ୍ଟିମ୍‌ ପାଇପର ଭଲ୍‌ଭ ଖୋଲି ଯାଇଥିଲା। ସେଥିରୁ ନିର୍ଗତ ହୋଇଥିବା ଗରମ ପାଣି ପଡ଼ି ମରାମତି କାମ କରୁଥିବା ଇଞ୍ଜିନିୟ ଓ ଶ୍ରମିକଙ୍କ ସହ କିଛି ଅଫିସରଙ୍କ ଉପରେ ପଡ଼ିଥିଲା। ଯାହାଫଳରେ ୧୯ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କମ୍ପାନୀ ପରିସରରେ ଥିବା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ୧୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲେ। ସେମାନଙ୍କୁ କଟକର ଏକ ପ୍ରାଇଭେଟ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ଥିବା ଆଇସିୟୁରେ ରଖାଯାଇଛି। 

ଏତେ ବଡ଼ ଦୁର୍ଘଟଣା କାହିଁକି ଓ କେମିତି ଘଟିଲା? ତାହାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଟାଟା ଷ୍ଟିଲ୍‌ କର୍ତ୍ତୃପକ୍ଷ। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ମଧ୍ୟ ପ୍ଲାଣ୍ଟ ପରିସରକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Advertisment

ସୂଚନାରୁ ପ୍ରକାଶ, ପୂର୍ବରୁ ଅର୍ଥାତ ୨୦୧୧ ମସିହାରେ ଏହି ପ୍ଲାଣ୍ଟ ଭୁଷଣ ଷ୍ଟିଲ ପାଖରେ ରହିଥିଲା। ସେହି ସମୟରେ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଫଳରେ ବହୁ ଶ୍ରମିକଙ୍କ ଜୀବନ ଯାଇଥିଲା। ଯାହାକୁ ନେଇ ବିବାଦରେ ରହିଥିଲା ଭୁଷଣ। ପରବର୍ତ୍ତୀ ସମୟରେ ଭୁଷଣର ସେହି ପ୍ଲାଣ୍ଟକୁ ଟାଟା କିଣିଥିଲା।  

Accident Tata Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe