Advertisment

କଳାହାଣ୍ଡିଆ ମେଘମାଳରେ ଉଡ଼ିପାରିଲାନି ଗ୍ରେ ହେରନ୍‌, କଚାଡ଼ି ହୋଇ ପଡ଼ିଲା

ରବିବାର ରାତିରେ ପଶ୍ଚିମାଝଡ଼ ପ୍ରଭାବରେ ଗ୍ରେ ହେରନ୍‌ ପକ୍ଷୀଟି ଆକାଶରୁ ତଳକୁ ଖସିପଡିଥିଲା। ପକ୍ଷୀଟି ବିରାଶାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ରାଇବୋଲ ପଞ୍ଚାୟତର କୋରିଆପାଳ ଗାଁରେ ପଡ଼ିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Grey Heron Bird

Grey Heron Bird

ଓଡ଼ିଶା ଆକାଶରେ କୋପ ଦେଖାଇଲା ପଶ୍ଚିମାଝଡ଼। ବେଶୀ ସମୟରେ କଳାହାଣ୍ଡିଆ ମେଘ ମାଳ ଭିତରେ ଉଡ଼ିପାରିଲା ନାହିଁ ଗ୍ରେ ହେରନ୍‌। କଚାଡ଼ି ହୋଇ ପଡ଼ିଲା ଭୂମିରେ। ଯାହାଫଳରେ ଗ୍ରେ ହେରନ୍‌ ପକ୍ଷୀର ଗୋଡ଼ ଭାଙ୍ଗି ଯାଇଛି। ଢେଙ୍କାନାଳ ବନ ବିଭାଗ ପକ୍ଷୀଟିକୁ ଉଦ୍ଧାର କରି ଚିକିତ୍ସା କରୁଛି।

Advertisment

ରବିବାର ରାତିରେ ପଶ୍ଚିମାଝଡ଼ ପ୍ରଭାବରେ ଗ୍ରେ ହେରନ୍‌ ପକ୍ଷୀଟି ଆକାଶରୁ ତଳକୁ ଖସିପଡିଥିଲା। ପକ୍ଷୀଟି ବିରାଶାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ରାଇବୋଲ ପଞ୍ଚାୟତର କୋରିଆପାଳ ଗାଁରେ ପଡ଼ିଥିଲା। ଆଜି ସକାଳେ ଗାଁ ଲୋକେ ପକ୍ଷୀଟିକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବିରାଶାଳ ଫରେଷ୍ଟ ରେଞ୍ଜର କର୍ମଚାରୀମାନେ ଗାଁରେ ପହଞ୍ଚି ପକ୍ଷୀଟିକୁ ଉଦ୍ଧାର କରି କଙ୍କଡାହାଡ଼ ପ୍ରାଣୀ ଚିକିତ୍ସାଳୟକୁ ନେଇଥିଲେ।

ପରେ ପକ୍ଷୀଟିକୁ କାମାକ୍ଷାନଗର ଅଣାଯାଇ ଏକ୍ସ୍ରେରେ କରାଯାଇଥିଲା। ଏକ୍ସ୍ରେରେ ଗ୍ରେ ହେରନ୍‌ ପକ୍ଷୀର ଗୋଡ଼ ଭାଙ୍ଗିଥିବା ଜଣାପଡିଥିଲା। ଏହାପରେ ପକ୍ଷୀର ଗୋଡ଼କୁ ବ୍ୟାଣ୍ଡେଜ କରାଯାଇଥିଲା। ବର୍ତ୍ତମାନ ଗ୍ରେ ହେରନ୍‌ ପକ୍ଷୀ ବନ ବିଭାଗ ପାଖରେ ରହିଛି। ପକ୍ଷୀଟିର ଆନୁମାନିକ ବୟସ ପାଞ୍ଚ ବର୍ଷରୁ ଛଅ ବର୍ଷ ହେବ ବୋଲି ଜଣାପଡିଛି। ଏହି ପକ୍ଷୀମାନେ ସାଧାରଣତଃ ଆଫ୍ରିକା, ଏସିଆ ମହାଦେଶରେ ଦେଖାଯାଉଥିବା ନେଇ ଜଣାପଡିଛି।

Advertisment

ରିପୋର୍ଟ-କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Dhenkanal