Advertisment

ବିଜେଡି ନେତାଙ୍କୁ ଗୁଳିମାଡ଼

ଘରକୁ ଫେରୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି କରିଥିଲେ।

KanhuCharan Sahu

KanhuCharan Sahu

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବିଜେଡି ନେତା କାହ୍ନୁଚରଣ ସାହୁଙ୍କୁ ହୋଇଛି ଗୁଳିମାଡ଼। ତାଙ୍କ ହାତ ଓ ଜଙ୍ଘରେ ଗୁଳି ବାଜିଛି। ତାଙ୍କୁ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ବୁଧବାର (ଗତକାଲି) ରାତି ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଛି। କାହ୍ନୁଚରଣ କାରରେ ଘରକୁ ଫେରୁଥିବା ବେଳେ କାମାକ୍ଷାନଗର ମେନ୍‌ରୋଡ୍ ସ୍ଥିତ ମା’ ତାରିଣୀ ଅଳଙ୍କାର ଦୋକାନ ସାମ୍ନାରେ ତାଙ୍କୁ ଗୁଳି କରାଯାଇଥିଲା।

ତିନି ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସିଥିଲେ। ସେମାନେ ପ୍ରଥମେ କାହ୍ନୁଙ୍କ କାର ଆଗରେ ବାଇକ ରଖିଥିଲେ। ତା’ପରେ କାର କାଚକୁ ଭାଙ୍ଗି ଗୁଳି କରିଥିଲେ। ସେମାନେ କାହ୍ନୁଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ।

Advertisment

କାହ୍ନୁଙ୍କୁ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକର ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

କିଏ ଓ କାହିଁକି କାହ୍ନୁଚରଣଙ୍କ ଉପରକୁ ଗୁଳି କଲେ, ତାହା ଜଣାପଡ଼ିନାହିଁ। କାହ୍ନୁଚରଣ ଜଣେ ଠିକାଦାର ମଧ୍ୟ। ତେଣୁ ରାଜନୀତିକ ଶତ୍ରୁତାରୁ ନା ଠିକାଦାରୀକୁ ନେଇ ଏହି ଗୁଳିକାଣ୍ଡ ଘଟିଛି, ତାହା ଜଣାପଡ଼ିନାହିଁ।

କାମାକ୍ଷାନଗର ପୁଲିସ ଘଟଣାର ତଦନ୍ତ କରୁଛି। ଘଟଣାସ୍ଥଳ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଗୁଡ଼ିକୁ ପୁଲିସ ଯାଞ୍ଚ କରୁଛି। ତେବେ ପୂର୍ବରୁ ବି ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଥରେ ଘର ସାମ୍ନାରେ ଥିବା ତାଙ୍କ କାର ଉପରକୁ ବୋମାମାଡ଼ କରାଯାଇଥିଲା। ସେହିପରି ଆଉ ଥରେ ଢେଙ୍କାନାଳ ସହରରେ ତାଙ୍କ କାରକୁ ଲକ୍ଷ୍ୟ କରି ଗୁଳି କରାଯାଇଥିଲା।

BjD Dhenkanal Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe