Advertisment

Hanging Dead body: ଘରୁ ମିଳିଲା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ସୂଚନା ଅନୁଯାୟୀ, ମୃତ ଛାତ୍ରୀଙ୍କ ବାପା ଜଣେ କର୍ଣ୍ଣେଲ। ଛାତ୍ରୀ ଜଣଙ୍କ ତାଙ୍କ ମା’ଙ୍କ ସହିତ ଲକ୍ଷ୍ନୌରେ ରହୁଥିଲେ। ସେ ସେଠାରେ ପଢୁଥିଲେ। କିଛି ଦିନ ତଳେ ସେମାନେ ଢେଙ୍କାନାଳ ଆସିଥିଲେ।

author-image
Jitendra Garnayak
Bolero

ଘରୁ ମିଳିଲା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ। ଢେଙ୍କାନାଳ ସହରର ମହିଷାପାଟ ଅଞ୍ଚଳରେ ଘଟିଛି ଏହି ଘଟଣା।

Advertisment

ସୂଚନା ଅନୁଯାୟୀ, ମୃତ ଛାତ୍ରୀଙ୍କ ବାପା ଜଣେ କର୍ଣ୍ଣେଲ। ଛାତ୍ରୀ ଜଣଙ୍କ ତାଙ୍କ ମା’ଙ୍କ ସହିତ ଲକ୍ଷ୍ନୌରେ ରହୁଥିଲେ। ସେ ସେଠାରେ ପଢୁଥିଲେ। କିଛି ଦିନ ତଳେ ସେମାନେ ଢେଙ୍କାନାଳ ଆସିଥିଲେ। ଆଉ କିଛି ଦିନ ପରେ ସେ ତାଙ୍କ ମା’ଙ୍କ ସହିତ ଲକ୍ଷ୍ନୌ ଫେରିଯିବାର କାର୍ଯ୍ୟକ୍ରମ ଥିଲା। ତେବେ ତା’ ପୂର୍ବରୁ ଏମିତି ଏକ ଘଟଣା ଘଟିଯାଇଛି। 
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତା’ ସହିତ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ଯାଞ୍ଚ କରିଛି। ଛାତ୍ରୀଙ୍କ ମୃତ୍ୟୁ କେମିତି ହେଲା, ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ। 

ଛାତ୍ରୀଙ୍କ ମାମୁ କହିଛନ୍ତି ଯେ ପରିବାରରେ ସବୁ ଠିକ୍‌ଠାକ ଚାଲିଥିଲା। କ’ଣ ପାଇଁ ଏମିତି ଏକ ଘଟଣା ଘଟିଗଲା, ତାହା ସେମାନେ ଜାଣିପାରୁ ନାହାନ୍ତି ବୋଲି ସେ କହିଛନ୍ତି। 

Advertisment

ସଦର ଏସ୍‌ଡିପିଓ ରମେଶ ଚନ୍ଦ୍ର ଦୋରା କହିଛନ୍ତି, ଝିଅଟି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତା’ଉପରେ ଆମର ତଦନ୍ତ ଜାରି ରହିଛି। ଘଟଣାସ୍ଥଳରେ ପୁଲିସ୍ ଟିମ୍ ସହିତ ସାଇଣ୍ଟିଫିକ୍ ଟିମ୍ ଯାଞ୍ଚ କରିଛନ୍ତି। ତଦନ୍ତ ପରେ ଏହି ଘଟଣା ପଛର କାରଣ ଜଣାପଡ଼ିବ।