Advertisment

ପିଶାଚ ସ୍ୱାମୀ: ସ୍ତ୍ରୀକୁ ହତ୍ୟା ପରେ ଉଲଗ୍ନ କରି ପୂଜାର୍ଚ୍ଚନା

ତନ୍ତ୍ର ସାଧନା ନିମନ୍ତେ ପତ୍ନୀକୁ ବଳି ଦେଲା ପିଶାଚ ସ୍ୱାମୀ। ସ୍ତ୍ରୀକୁ ହତ୍ୟା ପରେ ପୀଢ଼କୁ ନେଇ ଉଲଗ୍ନ କରି ପୂଜାର୍ଚ୍ଚନା ବି କଲା ।

author-image
Niharika Rout
Spot Verification

Spot Verification

 ତନ୍ତ୍ର ସାଧନା ନିମନ୍ତେ ପତ୍ନୀକୁ ହତ୍ୟା କଲା ପିଶାଚ ସ୍ୱାମୀ। ସ୍ତ୍ରୀକୁ ହତ୍ୟା ପରେ ପୀଢ଼କୁ ନେଇ ଉଲଗ୍ନ କରି ପୂଜାର୍ଚ୍ଚନା ବି କଲା । ଧରା ପଡ଼ିଯିବା ପରେ ହତ୍ୟା ଅଭିଯୋଗକୁ ଅସ୍ୱୀକାର କରିବା ସହ ଅତ୍ୟଧିକ ଟାବଲେଟ ଖାଇ ପତ୍ନୀର ମୃତ୍ୟୁ ହୋଇଥବା ସଫେଇ ଦେଇଛି। ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି।

Advertisment

ମୃତା ମହିଳା ହେଲେ ଆମ୍ବପଳାସ ଗାଁର ମମତା ଖଟୁଆ । ମମତାଙ୍କ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ସ୍ୱାମୀ ଅଷ୍ଟମ ଖଟୁଆଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅଷ୍ଟମ ଓ ମମତା ପୂର୍ବରୁ ବିବାହିତ ହୋଇଥିବା ବେଳେ ପ୍ରାୟ ୨ ବର୍ଷ ହେବ ନିଜ ନିଜ ପରିବାର ଛାଡ଼ି ପଳାଇ ଆସିଥିଲେ। ଆମ୍ବପଳାସ ଗାଁରେ ସେମାନେ ଏକାଠି ପତିପତ୍ନୀ ରୂପେ ରହୁଥିଲେ। ଅଷ୍ଟମଙ୍କର ପୂର୍ବରୁ ପତ୍ନୀ, ଛୁଆପିଲା ଥିବା ବେଳେ ମମତା ବି ନିଜ ୩ ଛୁଆ ଓ ସ୍ୱାମୀ ଥିଲେ। ମାତ୍ର ଏକାଠି ରହୁଥିଲେ ବି ଉଭୟଙ୍କ ମଧ୍ୟରେ ସବୁବେଳେ କଳହ ଲାଗି ରହୁଥିଲା। ଅଷ୍ଟମ ସବୁବେଳେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ମମତାଙ୍କୁ ପିଟାପିଟି କରୁଥିଲେ।

Advertisment

ଆଜି ସକାଳେ ମମତାଙ୍କ ମୃତଦେହକୁ ଆମ୍ବପଳାସ ଗାଁର ପୀଢ଼ ନିକଟରୁ ପୁଲିସ୍‌ ଉଦ୍ଧାର କରିଥିବା ବେଳେ ତାଙ୍କ ଶରୀର ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ପଡ଼ିଥିଲା। ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିଲା। ନିକଟରେ ପୂଜା ସାମଗ୍ରୀ ଥିବା ବେଳେ ମୃତଦେହ ଉପରେ କାଠ ଥୁଆ ହୋଇଥିଲା। ତେଣୁ ତନ୍ତ୍ର ସାଧନ ନିମନ୍ତେ ମମତାଙ୍କ ହତ୍ୟା କରାଯାଇଥିବା ପୁଲିସ୍‌ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ମାତ୍ର ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି ଅଷ୍ଟମ ଖଟୁଆ।

ମୁଁ ମୋ ସ୍ତ୍ରୀକୁ ମାରିନି। ମୁଁ କାଲି କାମରୁ ଫେରିବା ପରେ ସେ ୧୦ଟି ଟାବଲେଟ ଖାଇଦେଇଥିବା କହିଥିଲା। ଏହାପରେ ପଡ଼ିଗଲା ବୋଲି ପୁଲିସ୍‌ ସମ୍ମୁଖରେ ସଫେଇ ଦେଇଛି ଅଷ୍ଟମ ।

ମାତ୍ର ଅଷ୍ଟମ ପୂର୍ବରୁ କିଛି କିଛି ତନ୍ତ୍ର ସାଧନ ଶିଖି ନିଜେ ପୂଜାର୍ଚ୍ଚନା କରିଥାଏ ବୋଲି ପାଖପଡ଼ୋଶୀ କହିଛନ୍ତି। ତେଣୁ ତନ୍ତ୍ର ସାଧନ ନିମନ୍ତେ ସ୍ତ୍ରୀକୁ ମାରି ଦେଇଥିବା ସେମାନେ ସନ୍ଦେହ ପ୍ରକଟ କରିଛନ୍ତି।

Murder