Advertisment

୮୭ କରୋନା ଆକ୍ରାନ୍ତ ଚିହ୍ନଟ, ପୂରା ଗାଁ ୧୦ ଦିନ ସିଲ୍

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ସଂକ୍ରମଣ ଏବେ ଜୟପୁରାକାଟେଣୀ ପଞ୍ଚାୟତରେ ବ୍ୟାପିଛି। ପଞ୍ଚାୟତରେ ୮୭ ଜଣ କରୋନା କରୋନା ରୋଗୀ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୧୦ ଦିନ ପାଇଁ ଜୟପୁରାକାଟେଣୀ ପଞ୍ଚାୟତକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ପଞ୍ଚାୟତରେ ଥିବା ଜୟପୁରାକାଟେଣୀ ଗାଁରୁ ୮୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୮୭ କରୋନା ଆକ୍ରାନ୍ତ ଚିହ୍ନଟ, ପୂରା ଗାଁ ୧୦ ଦିନ ସିଲ୍

containment-zone

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ସଂକ୍ରମଣ ଏବେ ଜୟପୁରାକାଟେଣୀ ପଞ୍ଚାୟତରେ ବ୍ୟାପିଛି। ପଞ୍ଚାୟତରେ ୮୭ ଜଣ କରୋନା କରୋନା ରୋଗୀ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୧୦ ଦିନ ପାଇଁ ଜୟପୁରାକାଟେଣୀ ପଞ୍ଚାୟତକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।

Advertisment

ପଞ୍ଚାୟତରେ ଥିବା ଜୟପୁରାକାଟେଣୀ ଗାଁରୁ ୮୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଶୁଣ୍ଢିକାଟେଣୀ ଗାଁରୁ ୪ ଜଣ ଏବଂ ପଦ୍ମପୋଖରୀ ଗାଁରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଜୟପୁରାକାଟେଣୀ ପଞ୍ଚାୟତକୁ ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ପରଜଙ୍ଗ ବିଡିଓ ବସନ୍ତ କୁମାର ମଲ୍ଲିକ, ତହସିଲଦାର ଜୟନ୍ତ କୁମାର ଜୟସିଂହ, ସିଡିପିଓ ମମତାମଞ୍ଜରୀ ଦେଓ ଯାଇ ଲୋକଙ୍କୁ ସଚେତନତା କରିବା ସହ ପଞ୍ଚାୟତର ଜନ ପ୍ରତିନିଧି, ଆଶା ଓ ଅଙ୍ଗନୱାଡି କର୍ମୀମାନଙ୍କୁ ଏହାର ସୁପରିଚାଳନା ସମ୍ପର୍କରେ ବୁଝାସୁଝା କରିଥିଲେ।

ଆଗାମୀ ୧୦ ଦିନ ପର୍ଯ୍ୟନ୍ତ କେହି ବିନା କାରଣରେ ଘରୁ ନବାହାରିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କରୋନା ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା ଥିବା ସେ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୦୪୧ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୧୭୫ଟି ହେଉଛି ଲୋକାଲ୍ କେସ୍‌। ସେହିପରି ଢେଙ୍କାନାଳରୁ ୪୨୮ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।