Advertisment

କୂଅ ଖୋଳି ଜେସିବି କାଢ଼ିଲା ମୃତ ଦେହ, ଫସିଥିଲେ ୫

କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): କୂଅର ନନ୍ଦ ବାନ୍ଧିବା ବେଳେ ମାଟି ଧସିବାରୁ ଜଣକର ମୃତ୍ୟୁ ହୋଇଛି। ଏହି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳତୁମା ଗାଁରେ।  ମୃତକ ହେଲେ ଧୂଳିଆ ମଲ୍ଲିକ।  ଅନ୍ୟ ୪ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ୫ ଜଣ ଯାକ ଶ୍ରମିକ କୂଅର ନନ୍ଦ ବସାଇବା କାମରେ ନିୟୋଜିତ ଥିଲେ। ଏହି ସମୟରେ ହଠାତ ମାଟି ଧସି ଯାଇଥିଲା। ମାଟି ତଳେ ରହିଯାଇଥିଲେ ୫ ଜଣ ଶ୍ରମିକ । ତେବେ […]

ଅଦ୍ୟତନ ହୋଇଛି
କୂଅ ଖୋଳି ଜେସିବି କାଢ଼ିଲା ମୃତ ଦେହ, ଫସିଥିଲେ ୫

gbv

Advertisment

କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): କୂଅର ନନ୍ଦ ବାନ୍ଧିବା ବେଳେ ମାଟି ଧସିବାରୁ ଜଣକର ମୃତ୍ୟୁ ହୋଇଛି। ଏହି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳତୁମା ଗାଁରେ।  ମୃତକ ହେଲେ ଧୂଳିଆ ମଲ୍ଲିକ।  ଅନ୍ୟ ୪ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ୫ ଜଣ ଯାକ ଶ୍ରମିକ କୂଅର ନନ୍ଦ ବସାଇବା କାମରେ ନିୟୋଜିତ ଥିଲେ। ଏହି ସମୟରେ ହଠାତ ମାଟି ଧସି ଯାଇଥିଲା।

Advertisment

ମାଟି ତଳେ ରହିଯାଇଥିଲେ ୫ ଜଣ ଶ୍ରମିକ । ତେବେ ୪ ଜଣଙ୍କୁ ବହୁ କଷ୍ଟ ପରେ ଉଦ୍ଧାର କରାଯାଇଥିଲା । ୫ ଘଣ୍ଟାର ଅପରେସନ ପରେ ପଞ୍ଚମ ଶ୍ରମିକଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।

ଜଣେ ଶ୍ରମିକ କହିଛନ୍ତି ଯେ, କୂଅ ଖୋଳିବାକୁ ଆସିଥିଲୁ। ନନ୍ଦ ବସାଉ ଥିଲୁ। ନନ୍ଦ ବସାଇବା ସମୟରେ ତଳେ ପାଣି ଶୁଖିଲା ଥିଲା । ତେଣୁ ନନ୍ଦକୁ ପୁଣି ତଳକୁ ଖସାଇବା ବେଳକୁ ବାଲି ଧସି ହୋଇ ଆହୁରି ତଳକୁ ଫସିଗଲା। ଏଥିରେ ଆମର ଜଣେ ଲୋକ ତଳେ ରହି ଚାପି ହୋଇ ଯାଇଥିଲେ। ତାଙ୍କର ମୃତ୍ୟୁ ଘଟିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe