JORANDA_MELA_
ଆଜିଠାରୁ ଢେଙ୍କାନାଳରେ ଆରମ୍ଭ ହେଉଛି ପ୍ରସିଦ୍ଧ ଯୋରନ୍ଦା ମେଳା। ଯୋରନ୍ଦା ମହିମାଗାଦୀରେ ମାଘ ମେଳା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି। ଦୁଇ ଦିନ ଧରି ଏହି ମାଘ ମେଳା ଅନୁଷ୍ଠିତ ହେବ। ଗାଦୀ ମନ୍ଦିର ଓ ଜ୍ୟୋତି ମନ୍ଦିର ପରିସରରେ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଜଳିବ ଝାଡ ଦୀପ।
ମହିମାଗାଦୀର ଉଭୟ ବକ୍କଳଧାରୀ ଓ କୌପିନୀଧାରୀ ମହିମା ସାଧୁଙ୍କ ମଧ୍ୟରେ ତୃତୀୟ ବେଢା ଉଛେଦ ପ୍ରସଙ୍ଗକୁ ନେଇ ଲାଗି ରହିଥିବା ବିବାଦର ଏକପ୍ରକାର ସମାଧାନ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦାଙ୍କ ଉପସ୍ଥିତିରେ ହୋଇଛି । ମାଘମେଳାକୁ ସମ୍ମତି ଜଣାଇଛନ୍ତି କୌପୁନୀଧାରୀ ସାଧୁ।
ଦୁଇ ବର୍ଷର କରୋନା କଟକଣା ହଟିବା ପରେ ଚଳିତ ବର୍ଷ ବହୁ ଉତ୍ସାହର ସହ ପାଳନ ହେବ ଯୋରନ୍ଦା ମାଘ ମେଳା। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ପୂରି ଉଠିବ ମହିମାଗାଦୀ। ଅଲେଖ ମହିମା ଧ୍ୱନୀରେ ପ୍ରକମ୍ପିତ ହେବ ଗଗନପବନ। ଧାଡି ଦର୍ଶନ ସହ ମାଘ ମେଳାକୁ ଅଧିକ ସରସ ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1675477030.jpg)