Advertisment

ବିଜେଡି ନେତା ଗୁଳି ମାଡ଼ ଘଟଣାର ପର୍ଦ୍ଦାଫାସ, ୪ ଗିରଫ

ଗତ ୧୪ ତାରିଖ ରାତିରେ ବିଜେଡି ନେତା କାହ୍ନୁଚରଣ ସାହୁଙ୍କୁ ଗୁଳି ମାଡ଼ ହୋଇଥିଲା। ଶ୍ରୀ ସାହୁ ରାତି ପ୍ରାୟ ୧୧ଟା ବେଳେ ନିଜ କାର୍‌ରେ ଘରକୁ ଫେରୁଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
DKL

DKL

ବିଜେଡି ନେତା ବୋମା ଓ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସୁବାସ ଖୁଣ୍ଟିଆ ସହିତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କାମାକ୍ଷାନଗର ପୁଲିସ୍‌। ସେମାନଙ୍କଠାରୁ ଗୋଟିଏ ପିସ୍ତଲ, ୪ଟି ଅଫୁଟା ଗୁଳି, ୪ଟି ମୋବାଇଲ ଓ ଗୋଟିଏ ସ୍କୁଟି ଜବତ କରିଛି ପୁଲିସ୍‌। ଦାଦା ବଟି ଆଦୟକୁ ନେଇ ଗୁଳିମାଡ ହୋଇଥିବା ଢେଙ୍କାନାଳ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କହିଛନ୍ତି। ତେବେ ଅନ୍ୟତମ ଅଭିଯୁକ୍ତ ରାକେଶ ନାଥ ଫେରାର ଅଛି। ତାକୁ ଗିରଫ କରିବା ପାଇଁ ଉଦ୍ୟମ କରାଯାଉଛି। ଖୁବ୍‌ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି।

Advertisment

ଗତ ୧୪ ତାରିଖ ରାତିରେ ବିଜେଡି ନେତା କାହ୍ନୁଚରଣ ସାହୁଙ୍କୁ ଗୁଳି ମାଡ଼ ହୋଇଥିଲା। ଶ୍ରୀ ସାହୁ ରାତି ପ୍ରାୟ ୧୧ଟା ବେଳେ ନିଜ କାର୍‌ରେ ଘରକୁ ଫେରୁଥିଲେ। ତେବେ କାମାକ୍ଷାନଗର ମେନ୍‌ରୋଡ୍ ସ୍ଥିତ ମା’ ତାରିଣୀ ଅଳଙ୍କାର ଦୋକାନ ସାମ୍ନାରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି ମାଡ଼ି କରିଥିଲେ। କାହ୍ନୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା।

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

‌Dhenkanal