Advertisment

ସ୍କୁଲରେ ପଶି ସରସ୍ୱତୀଙ୍କ ମୂର୍ତ୍ତି ଭାଙ୍ଗିଦେଲେ ଦୁଇ ଭଉଣୀ

ଦୁଇ ଭଉଣୀ ସ୍କୁଲରେ ପଶି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସ୍କୁଲ କ୍ୟାମ୍ପସ୍‌ ବାହାରକୁ ପଳାଇ ଯିବାକୁ କହିଥିଲେ। ସରସ୍ୱତୀଙ୍କ ମୂର୍ତ୍ତିକୁ କଚାଡ଼ି ଭାଙ୍ଗି ଦେଇଥିଲେ।

ଅଦ୍ୟତନ ହୋଇଛି
Saraswati

Saraswati

Advertisment

ଉତ୍ପାତ କଲେ ଦୁଇ ଭଉଣୀ। ସ୍କୁଲରେ ପଶିଲେ। ବାଗଦେବୀଙ୍କ ମୂର୍ତ୍ତି ଭାଙ୍ଗି ଦେଲେ। ଆଜି ଏପରି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲାରୁ। ବାପାଙ୍କ ଜମି ଦାବି କରି ଦୁଇ ଭଉଣୀ ଏପରି ଉତ୍ପାତ କରିଥିବା ଜଣାପଡ଼ିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଦୁଇ ଭଉଣୀଙ୍କୁ ଥାନାରେ ଅଟକ ରଖିଛି।

Advertisment

କଙ୍କଡାହାଡ଼ ଥାନା କଣ୍ଟାପାଳ ଗାଁରେ ରହିଛି ପୁନର୍ବସତି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଆଜିକୁ ୩୦ରୁ ୪୦ ବର୍ଷ ତଳେ ଏହି ସ୍କୁଲ ପ୍ରତିଷ୍ଠା କରିଥିଲେ ସରକାର। ହେଲେ ଏବେ ତାହା ରହିଛି ବିବାଦରେ। ସ୍କୁଲ ପ୍ରତିଷ୍ଠା ହୋଇଥିବା ସ୍ଥାନର ମାଲିକାନାକୁ ନେଇ ବିବାଦ ଦେଖାଦେଇଛି। କଣ୍ଟାପାଳ ଦୁଇ ନମ୍ୱର କଲୋନୀରେ ରହୁଥିବା ଦୁଇ ଭଉଣୀ ଉର୍ମିଳା ସାହୁ ଓ ପ୍ରମିଳା ସାହୁ ଉକ୍ତ ଜମି ତାଙ୍କ ବାପାଙ୍କ ନାଁରେ ରହିଛି ବୋଲି ଦାବି କରୁଛନ୍ତି।

ଆଜି ସ୍କୁଲରେ ପଶି ହଙ୍ଗାମା କରିଥିଲେ ଦୁଇ ଭଉଣୀ। ମଧ୍ୟାହ୍ନରେ ଦୁଇ ଭଉଣୀ ସ୍କୁଲରେ ପଶି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସ୍କୁଲ କ୍ୟାମ୍ପସ୍‌ ବାହାରକୁ ପଳାଇ ଯିବାକୁ କହିଥିଲେ। ମେଢ଼କୁ ଭାଙ୍ଗି ଦେବା ସହିତ ସରସ୍ୱତୀଙ୍କ ମୂର୍ତ୍ତିକୁ କଚାଡ଼ି ଭାଙ୍ଗି ଦେଇଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ କଙ୍କଡ଼ାହାଡ ପୁଲିସ୍‌ ସ୍କୁଲରେ ପହଞ୍ଚି ଦୁଇ ଭଉଣୀଙ୍କୁ ନେଇ ଥାନାରେ ଅଟକ ରଖିଛି।

Advertisment
Maa Saraswatiଉତ୍ପାତ କରୁଥିବା ଦୁଇ ଭଉଣୀଙ୍କୁ ପଚରାଉଚରା କରୁଛି ପୁଲିସ୍‌

ପୂର୍ବରୁ ମଧ୍ୟ ଦୁଇ ଭଉଣୀ ସ୍କୁଲରେ ଭଙ୍ଗାରୁଜା କରିଥିଲେ। ଗତ ୨୧ ତାରିଖରେ ଦୁଇ ସ୍କୁଲରେ ପଶି ଉତ୍ପାତ କରିଥିଲେ। ସ୍କୁଲ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିକୁ ଭାଙ୍ଗିବା ସହ ବିଦ୍ୟାଳୟର ନାଁକୁ ମଧ୍ୟ ଲିଭାଇ ଦେଇଥିଲେ। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଗାଁ ଲୋକ ଓ ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଦୁଇ ଭଉଣୀଙ୍କୁ ଥାନାରେ ଅଟକ ରଖିଥିଲା। ତେବେ ସେହି ସନ୍ଧ୍ୟାରେ ଦୁଇ ଭଉଣୀଙ୍କୁ ପୁଲିସ୍‌ ଛାଡ଼ି ଦେଇଥିଲା।

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Saraswati Puja Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe