Advertisment

ଅଙ୍ଗନବାଡି କେନ୍ଦ୍ର ସ୍ଥାନାନ୍ତର ବନ୍ଦ କର, ନହେଲେ ଆମରଣ ଅନଶନ କରିବୁ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଛୋଟଛୋଟ ଶିଶୁଙ୍କ ପାଠପଢ଼ାର ଏନ୍ତୁଡ଼ିଶାଳ ହେଉଛି ଅଙ୍ଗନବାଡି କେନ୍ଦ୍ର। ଯେଉଁଠାରେ ଆଗାମୀ କାଲିର ଭବିଷ୍ୟତ ପାଇଁ ମୂଳଦୁଆ ପଡିଥାଏ। କିନ୍ତୁ କିଛି ଲୋକଙ୍କ ଯୋଗୁ ପାଖାପାଖି ୪୦ ଜଣ କୋମଳମତି ଶିଶୁଙ୍କ ଭବିଷ୍ୟତ ଏବେ ଅନ୍ଧକାର ଭିତରକୁ ଚାଲିଯାଇଛି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକର କେନ୍ଦୁମୁଣ୍ଡା ଓ ନାରଦମୁଣ୍ଡା ଗ୍ରାମରେ। ଗ୍ରାମର ଅଧିକାଂଶ ଗ୍ରାମବାସୀ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ସେଥିମଧ୍ୟରୁ ଅନେକ ଲୋକ […]

ଅଦ୍ୟତନ ହୋଇଛି
ଅଙ୍ଗନବାଡି କେନ୍ଦ୍ର ସ୍ଥାନାନ୍ତର ବନ୍ଦ କର, ନହେଲେ ଆମରଣ ଅନଶନ କରିବୁ

anganwadi11

Advertisment

କାମାକ୍ଷାନଗର (ବିଦ୍ୟାଧର ବରାଳ): ଛୋଟଛୋଟ ଶିଶୁଙ୍କ ପାଠପଢ଼ାର ଏନ୍ତୁଡ଼ିଶାଳ ହେଉଛି ଅଙ୍ଗନବାଡି କେନ୍ଦ୍ର। ଯେଉଁଠାରେ ଆଗାମୀ କାଲିର ଭବିଷ୍ୟତ ପାଇଁ ମୂଳଦୁଆ ପଡିଥାଏ। କିନ୍ତୁ କିଛି ଲୋକଙ୍କ ଯୋଗୁ ପାଖାପାଖି ୪୦ ଜଣ କୋମଳମତି ଶିଶୁଙ୍କ ଭବିଷ୍ୟତ ଏବେ ଅନ୍ଧକାର ଭିତରକୁ ଚାଲିଯାଇଛି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକର କେନ୍ଦୁମୁଣ୍ଡା ଓ ନାରଦମୁଣ୍ଡା ଗ୍ରାମରେ।

Advertisment

ଗ୍ରାମର ଅଧିକାଂଶ ଗ୍ରାମବାସୀ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ସେଥିମଧ୍ୟରୁ ଅନେକ ଲୋକ ଦିନମଜୁରିଆ ତଥା ଅଶିକ୍ଷିତ। କିନ୍ତୁ ସରକାରଙ୍କ ଶିଶୁବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ସେମାନଙ୍କ ପିଲାମାନଙ୍କ ଭବିଷ୍ୟତ ପାଇଁ ନେଇ ଆଣିଛି ଅନେକ ଆଶା। ନିଜ ପିଲାଙ୍କୁ ମଣିଷ କରିବା ସହ ସେମାନଙ୍କ ଭବିଷ୍ୟତ ଗଢ଼ିବା ଉଭୟ କେନ୍ଦୁମୁଣ୍ଡା ଓ ନାରଦମୁଣ୍ଡା ଗ୍ରାମ ନିକଟରେ ଆଜିକୁ ୩୦ରୁ ୪୦ ବର୍ଷ ଧରି ଚାଲିଆସୁଛି ଏକ ଅଙ୍ଗନବାଡି କେନ୍ଦ୍ର।

ଏହି ଅଙ୍ଗନବାଡି କେନ୍ଦ୍ର ଯୋଗୁ ପିଲାମାନେ ନିଜେ ଶିକ୍ଷିତ ହେବା ସହ ନିଜ ଭବିଷ୍ୟତ ନିଜ ହାତରେ ଗଢି ଆସୁଥିଲେ। କିନ୍ତୁ ଏବେ ଏହି ବହୁ ପୁରାତନ ଅଙ୍ଗନବାଡ଼ି କେନ୍ଦ୍ରଟିକୁ ଏଠାରୁ ଉଠାଇ ଗ୍ରାମଠାରୁ ପ୍ରାୟ ୧ କିଲୋମିଟର ଜଙ୍ଗଲ ଭିତରେ ଓ ପୋଖରୀହୁଡ଼ା ଭଳି ବିପଜ୍ଜନକ ରାସ୍ତାରେ ଥିବା ଏକ ପରିତ୍ୟକ୍ତ ସ୍ଥାନକୁ ନେବା ପାଇଁ ଚେଷ୍ଟା ଚଳାଇଛନ୍ତି। ଯାହାକୁ ତୀବ୍ର ବିରୋଧ କରୁଛନ୍ତି ଉଭୟ ଗ୍ରାମବାସୀ। ଉଭୟ ଗ୍ରାମର ଗ୍ରାମବାସୀ ମୁଖ୍ୟତଃ ଦିନମଜୁରିଆ ଶ୍ରେଣୀର ହୋଇଥିବାରୁ ସକାଳୁ ଉଠି ମୁଲମଜୁରୀ ଲାଗିବା ପାଇଁ ଘରୁ ବାହାରି ଯାଆନ୍ତି। ନିଜ ଗ୍ରାମ ନିକଟରେ ଅଙ୍ଗନବାଡ଼ି ଥିବାରୁ ସେମାନେ ଅଚିନ୍ତାରେ ଘରୁ ମୁଲଲାଗି ଯାଇଥାନ୍ତି।

Advertisment

ସରକାରଙ୍କ ତରଫରୁ ପୁରୁଣା ଅଙ୍ଗନବାଡି କେନ୍ଦ୍ରରେ ସମସ୍ତ ସୁବିଧା ରହିଥିବା ଯୋଗୁ ପିଲାମାନେ ମଧ୍ୟ ସୁରକ୍ଷିତ ଭାବେ ପାଠ ପଢ଼ିବା ପାଇଁ ଅଙ୍ଗନବାଡି କେନ୍ଦ୍ରକୁ ଯାଇଥାନ୍ତି। କିନ୍ତୁ ଏବେ ଗ୍ରାମର କିଛି ଲୋକ ପୁରୁଣା ଅଙ୍ଗନବାଡି କେନ୍ଦ୍ରଟିକୁ ବନ୍ଦ କରାଯାଇ ଗ୍ରାମଠାରୁ ଦୂର ଜଙ୍ଗଲିଆ ଓ ପିଲାମାନଙ୍କ ପାଇଁ ଅସୁରକ୍ଷିତ ଥିବା ବିପଜ୍ଜନକ ରାସ୍ତା ପାର ହୋଇ ଯିବାକୁ ପଡୁଥିବା ଏକ ପରିତ୍ୟକ୍ତ ସ୍ଥାନରେ ନୂତନ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରୁଛନ୍ତି। ଯାହାକୁ ବିରୋଧ କରିବା ସହ ନୂଆ ଅଙ୍ଗନବାଡି କେନ୍ଦ୍ର ସେଠାରେ ନ କରିବାକୁ ଗ୍ରାମବାସୀ ମାନେ କାମାକ୍ଷାନଗର ଉପଜିଲ୍ଲାପାଳ, କଙ୍କଡାହାଡ଼ ବିଡିଓ, ସିଡିପିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଯେଉଁ ସ୍ଥାନରେ ଅଙ୍ଗନବାଡି କେନ୍ଦ୍ରଟି ଥିଲା ସେହି ସ୍ଥାନରେ ପୂର୍ବଭଳି କେନ୍ଦ୍ର ଜାରି ରଖିବାକୁ ସେମାନେ ସରକାରଙ୍କୁ ନିବେଦନ କରିଛନ୍ତି। ତେବେ ଏ ବିଷୟରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସେ କଙ୍କଡାହାଡ଼ ସିଡିପିଓଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ସହ ଲୋକମାନଙ୍କ ସୁବିଧା ପାଇଁ ଯାହା ସମ୍ଭବ, ତାହା କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି।

ଏହାଛଡ଼ା ଯଦି ଅଙ୍ଗନବାଡି କେନ୍ଦ୍ର ପୁରୁଣା ସ୍ଥାନରୁ ସ୍ଥାନାନ୍ତର କରାଯାଏ, ତେବେ ସେମାନେ ନିଜ ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ନୂତନ ଅଙ୍ଗନବାଡ଼ି କେନ୍ଦ୍ରକୁ ଛାଡ଼ିବେ ନାହିଁ ବୋଲି ଚରମନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଯଦି ଉଭୟ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ନହୁଏ ତେବେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe