Advertisment

ପାରିବାରିକ କଳହ କଲା କଲବଲ, ଝୁଲି ପଡ଼ିଲେ ମହିଳା କନଷ୍ଟେବଳ

ଦୀର୍ଘ ସମୟ ଧରି ବାଥରୁମ ଭିତରୁ ନ ବାହାରିବାରୁ ଗଣେଶ୍ୱରଙ୍କ ସନ୍ଦେହ ବଢିଥିଲା। ଏହାପରେ ସେ ବାଥରୁମ ଫାଙ୍କରେ ସୁନିତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ।

author-image
Niharika Rout
ଅଦ୍ୟତନ ହୋଇଛି
Sunita Nayak

Sunita Nayak

ସ୍ୱାମୀସ୍ତ୍ରୀ ଉଭୟ ପୁଲିସ୍‌ ବିଭାଗରେ କାର୍ଯ୍ୟରତ । ୨ ପିଲାଙ୍କୁ ନେଇ ହସଖୁସିର ସଂସାର ଥିଲେ ବି ସବୁବେଳେ ମତାନ୍ତର, ମନାନ୍ତର ଲାଗି ରହୁଥିଲା। ଏଥିରେ ଅତିଷ୍ଠ ହୋଇ କନଷ୍ଟେବଳ ଥିବା ମହିଳାଜଣକ ବାଥରୁମ୍‌ରେ ଝୁଲି ପଡ଼ିଛନ୍ତି। ଏପରି ଅଭାବନୀୟ ଘଟଣା ଆଜି ସକାଳେ ଢେଙ୍କାନାଳ ଟାଉନ ଥାନା ଅଧୀନରେ ଘଟିଛି। ମୃତ ମହିଳା କନଷ୍ଟେବଳ ହେଲେ ସୁନିତା ନାୟକ ।

Advertisment

ଉଭୟ ସୁମିତା ଓ ତାଙ୍କ ସ୍ୱାମୀ ଗଣେଶ୍ୱର ନାୟକ ରିଜର୍ଭ ପୁଲିସରେ କାର୍ଯ୍ୟରତ ଅଛନ୍ତି । ୨୦୧୧ ମସିହାରେ ଉଭୟଙ୍କର ବିବାହ ହୋଇଥିବା ବେଳେ ସେମାନଙ୍କର ଏକ ୯ବର୍ଷର ପୁଅ ଓ ୫ବର୍ଷର ଝିଅ ଅଛନ୍ତି l ପରିବାର ସହ ସେମାନେ ରିଜର୍ଭ ଲାଇନ ପୁଲିସ କ୍ଵାର୍ଟର୍ସରେ ରହିଥାନ୍ତି।

ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗୁଥିବା ପାଖପଡ଼ୋଶୀଙ୍କ ସୂତ୍ରରୁ ଜଣାପଡ଼ିଛି। ଆଜି ଭୋର ୪ଟାରେ ସୁନିତା ବାଥରୁମ ଯାଇଥିଲେ। ମାତ୍ର ସେ ଦୀର୍ଘ ସମୟ ଧରି ବାଥରୁମ ଭିତରୁ ନ ବାହାରିବାରୁ ଗଣେଶ୍ୱରଙ୍କ ସନ୍ଦେହ ବଢିଥିଲା। ଏହାପରେ ସେ ବାଥରୁମ ଫାଙ୍କରେ ସୁନିତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ।

Advertisment

ଖବର ପାଇବା ପରେ ଟାଉନ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଘଟଣା ସମ୍ପର୍କରେ ପରିବାର ଲୋକେ କି ପୁଲିସ କେହି ବି କ୍ୟାମେରା ସାମନାରେ ମୁହଁ ଖୋଲୁନାହାନ୍ତି ।

Odisha Police Suicide Police Dhenkanal