Advertisment

ଅବସରପ୍ରାପ୍ତ ଶିକ୍ଷକଙ୍କ ଡିକିରେ ଥିଲା ଲକ୍ଷେ ଟଙ୍କା, ଝାମ୍ପି ନେଲେ ଲୁଟେରା

ସନ୍ତୋଷ କାମାକ୍ଷାନଗର ଷ୍ଟେଟ ବ୍ୟାଙ୍କ ଶାଖାରୁ ଗତକାଲି ଚେକ୍ ମାଧ୍ୟମରେ ଲକ୍ଷେ ଟଙ୍କା ଉଠାଇଥିଲେ। ଏହାପରେ ତାକୁ ଏକ ବ୍ୟାଗରେ ରଖି ବାଇକ୍‌ ଡିକିରେ ରଖିଥିଲେ ।

Teacher

Teacher

Advertisment

ସୁନା କିଣିବା ପାଇଁ ବ୍ୟାଙ୍କରୁ ଲକ୍ଷେ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ହେଲେ ବାଟରେ ଗାଡ଼ି ରଖି ଚାରା କିଣୁ କିଣୁ ଡିକି ଭାଙ୍ଗି ଲୁଟେରା ଝାମ୍ଫି ନେଲେ ଲକ୍ଷେ ଟଙ୍କା। ଫଳରେ ଏବେ ମୁଣ୍ଡରେ ହାତଦେଇଛନ୍ତି ଲୁଟର ଶିକାର ହୋଇଥିବା ଅବସରପ୍ରାପ୍ତ ଶିକ୍ଷକ। ଏପରି ଏକ ଘଟଣା ଗତକାଲି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଅନ୍ତର୍ଗତ କଳ୍ପନା କ୍ଲବ ନିକଟରେ ଗତକାଲି ଘଟିଛି। ଲୁଟ୍‌ର ଶିକାର ହୋଇଛନ୍ତି ମଠକରଗୋଳା ଗାଁର ସନ୍ତୋଷ କୁମାର ଜେନା ।

Advertisment

ସନ୍ତୋଷ କାମାକ୍ଷାନଗର ଷ୍ଟେଟ ବ୍ୟାଙ୍କ ଶାଖାରୁ ଗତକାଲି ଚେକ୍ ମାଧ୍ୟମରେ ଲକ୍ଷେ ଟଙ୍କା ଉଠାଇଥିଲେ। ଏହାପରେ ତାକୁ ଏକ ବ୍ୟାଗରେ ରଖି ବାଇକ୍‌ ଡିକିରେ ରଖିଥିଲେ । ଉକ୍ତ ବ୍ୟାଗରେ ଲକ୍ଷେ ଟଙ୍କା ସହ ବ୍ୟାଙ୍କ ପାସବୁକ ,କିଛି ଚେକ୍, ଆରଡି ଡିପୋଜିଟର ଡକ୍ୟୁମେଣ୍ଟ ମଧ୍ୟ ରହିଥିଲା ।

କଳ୍ପନା କ୍ଲବ ନିକଟରେ ଅବସରପ୍ରାପ୍ତ ଶିକ୍ଷକଜଣକ  ଗାଡ଼ି ରଖି ଚାରା ମଞ୍ଜି କିଣୁଥିଲେ। ଏହି ସମୟରେ ଏକ ବାଇକ୍‌ରେ ଦୁଇ ଜଣ ଲୁଟେରା ଆସି ଡିକି ଭାଙ୍ଗି ଟଙ୍କା ଓ ଦରକାରୀ କାଗଜପତ୍ରକୁ ଲୁଟିନେଇଥିଲେ ।

Advertisment

ଖବର ପାଇ କାମାକ୍ଷାନଗର ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରଖିଛି । ତେବେ ଲୁଟେରାଙ୍କ ପତ୍ତା ପାଇପାରିନି।

Loot Odisha Teacher Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe