Advertisment

ବିଜେଡି ପତାକା ଘୋଡ଼ାଇବା ଘଟଣା: ମୁହଁ ଖୋଲିଲେ ସହିଦ୍‌ଙ୍କ ଭାଇ

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ସହିଦ୍‌ ଅଜିତ ସାହୁଙ୍କ ମରଶରୀର ଉପରେ ବିଜେଡି ପତାକା ଢାଙ୍କିବା ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ସୋଶାଲ୍‌ ମିଡିଆରେ ମଧ୍ୟ ଏହି ଫଟୋ ଭାଇରାଲ୍‌ ହେଉଛି। ଆଉ ୟା ଭିତରେ ମୁହଁ ଖୋଲିଛନ୍ତି ସହିଦ ଅଜିତ ସାହୁଙ୍କ ପିଉସୀ ପୁଅ ତଥା ବଡ଼ ଭାଇ ପରମେଶ୍ୱର ସାହୁ। ସେ କହିଛନ୍ତି,“ଭୁବନେଶ୍ୱର ସ୍ଥିତ ୧୨୦ ବାଟାଲିୟାନରୁ ଆମେ ମରଶରୀରକୁ ନେଇ ଆସୁଥିବା ବେଳେ  ଖୁଣ୍ଟୁଣୀ ନିକଟରେ କିଛି ଲୋକ ତାଙ୍କର ଶେଷ ଦର୍ଶନ […]

ବିଜେଡି ପତାକା ଘୋଡ଼ାଇବା ଘଟଣା: ମୁହଁ ଖୋଲିଲେ ସହିଦ୍‌ଙ୍କ ଭାଇ

parameswar

Advertisment

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ସହିଦ୍‌ ଅଜିତ ସାହୁଙ୍କ ମରଶରୀର ଉପରେ ବିଜେଡି ପତାକା ଢାଙ୍କିବା ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ସୋଶାଲ୍‌ ମିଡିଆରେ ମଧ୍ୟ ଏହି ଫଟୋ ଭାଇରାଲ୍‌ ହେଉଛି। ଆଉ ୟା ଭିତରେ ମୁହଁ ଖୋଲିଛନ୍ତି ସହିଦ ଅଜିତ ସାହୁଙ୍କ ପିଉସୀ ପୁଅ ତଥା ବଡ଼ ଭାଇ ପରମେଶ୍ୱର ସାହୁ। ସେ କହିଛନ୍ତି,“ଭୁବନେଶ୍ୱର ସ୍ଥିତ ୧୨୦ ବାଟାଲିୟାନରୁ ଆମେ ମରଶରୀରକୁ ନେଇ ଆସୁଥିବା ବେଳେ  ଖୁଣ୍ଟୁଣୀ ନିକଟରେ କିଛି ଲୋକ ତାଙ୍କର ଶେଷ ଦର୍ଶନ କରିଥିଲେ। ସେମାନେ ଫୁଲତୋଡ଼ା ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଥିବା ବେଳେ ମରଶରୀର ଉପରେ ଦଳୀୟ ପତାକା ପକାଇ ଦେଇଥିଲେ।”

Advertisment

ସେ ଆହୁରି କହିଛନ୍ତି,“ ତ୍ରିରଙ୍ଗା ଉପରେ ଦଳୀୟ ପତାକା ପଡ଼ିବା ଠିକ୍‌ ନୁହେଁ ବୋଲି ମୋର ମନେ ହେଲା। ମୋତେ ଏହା ଭଲ ନଲାଗିବାରୁ, ମୁଁ ସଙ୍ଗେ ସଙ୍ଗେ ଏହାକୁ କାଢ଼ି ଦେଇଥିଲି। ତେବେ ତା’ ଭିତରେ କେହି ଫଟୋ ଉଠାଇ ସୋଶାଲ୍‌ ମିଡିଆରେ ଛାଡ଼ି ଦେଇଥିଲେ ଓ ଏହା ଭାଇରାଲ୍ ହୋଇଯାଇଥିଲା।”

ପରମେଶ୍ୱର କହିଛନ୍ତି,“ ମୋ ଭାଇ ଦେଶ ପାଇଁ ସହିଦ ହୋଇଛି, କୌଣସି ଦଳ ପାଇଁ ସହିଦ ହୋଇନାହିଁ। ମୁଁ ଭାଇଭଉଣୀମାନଙ୍କୁ ଅନୁରୋଧ କରୁଛି, ସୋଶାଲ ମିଡିଆରେ ଏହାକୁ ଭାଇରାଲ୍ କରନ୍ତୁ ନାହିଁ। କାମାକ୍ଷାନଗର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ। ଏହି ଘଟଣାକୁ ନେଇ ରାଜନୀତି କରା ନଯାଉ।”

Advertisment

ସୂଚନାଯୋଗ୍ୟ, ସୋମବାର ଜାମ୍ମୁ ଓ କଶ୍ମୀରର ପୁଲୱାମା ଅରିହଲ୍ ଅଞ୍ଚଳରେ ଯବାନଙ୍କ ଗାଡ଼ି ଯିବା ବେଳେ ଯେଉଁ ଆଇଇଡି ବିସ୍ଫୋରଣ ହୋଇଥିଲା ସେଥିରେ ହାବିଲଦାର ଅମରଜିତ କୁମାର ଏବଂ ଅଜିତ ସାହୁ ସହିଦ୍ ହୋଇଥିଲେ। ବୁଧବାର ମଧ୍ୟରାତ୍ରିରେ ସହିଦ ଅଜିତ ସାହୁଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା। ଏହାପରେ ସହିଦଙ୍କ ମରଶରୀରକୁ ୧୨୦ ବାଟାଲିୟାନକୁ ନିଆଯାଇ ସେଠାରେ ସେନା ପକ୍ଷରୁ ସହିଦଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଏହାପରେ ସହିଦ ଅଜିତ ସାହୁଙ୍କ ମରଶରୀରକୁ ଢେଙ୍କାନାଳ ଜିଲ୍ଲା ବଡ଼ସୁଆଁଳ ଗାଁକୁ ନିଆଯାଇଥିଲା। ସହିଦଙ୍କ ମରଶରୀର ତାଙ୍କ ଜନ୍ମମାଟିକୁ ଯିବା ବେଳେ ଖୁଣ୍ଟୁଣୀରେ କଫିନ ଉପରେ ବିଜେଡି ପତାକା ଘୋଡ଼ାଇ ଦିଆଯାଇ ଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ୨୦୧୫ ମସିହାରେ ଅଜିତ ସାହୁ ସେନାରେ ଯୋଗ ହୋଇଥିଲେ। କିଛି ଦିନ ତଳେ ଜମ୍ମୁ ଓ କଶ୍ମୀରକୁ ତାଙ୍କ ବଦଳି ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe