Advertisment

ବନ୍ଧୁକ ମୁନରେ ଲୁଟୁଥିଲେ, ଫିଲ୍ମ ଷ୍ଟାଇଲରେ ଧରାପଡ଼ି ଛେଚା ଖାଇଲେ

କାମାକ୍ଷାନଗର(ବିଦ୍ୟାଧର ବରାଳ): ବନ୍ଧୁକ ମୁନରେ ଫିଲ୍ମ ଷ୍ଟାଇଲରେ ଲୁଟୁଥିଲେ ଦୁର୍ବୁତ୍ତ। ଆଉ ଧରାପଡ଼ି ବହେ ଛେଚା ଖାଇଲେ। ଆଉ ଶେଷରେ ଥାନାର ଜିମା ଦେଇଛନ୍ତି ଲୋକେ। ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ଜରଡା ଗାଁରେ। ସୂଚନା ଅନୁଯାୟୀ, କଙ୍କଡ଼ାହାଡ଼-ଗଡ଼ପଳାଶୁଣି ରାସ୍ତାର ଜରଡା ଗାଁ ଗଡା ନିକଟରେ ଦୁଇଟି ବାଇକରେ ଛପି ରହିଥିଲେ ୪ ଜଣ ଲୁଟେରା। ଗାଁର  ବିଶ୍ମିତ ସାମଲ ନିଜ ସହଯୋଗୀଙ୍କ ସହିତ ଏକ ବାଇକ ଯୋଗେ […]

author-image
Tapas Behera
ଅଦ୍ୟତନ ହୋଇଛି
ବନ୍ଧୁକ ମୁନରେ ଲୁଟୁଥିଲେ, ଫିଲ୍ମ ଷ୍ଟାଇଲରେ ଧରାପଡ଼ି ଛେଚା ଖାଇଲେ

jmn

କାମାକ୍ଷାନଗର(ବିଦ୍ୟାଧର ବରାଳ): ବନ୍ଧୁକ ମୁନରେ ଫିଲ୍ମ ଷ୍ଟାଇଲରେ ଲୁଟୁଥିଲେ ଦୁର୍ବୁତ୍ତ। ଆଉ ଧରାପଡ଼ି ବହେ ଛେଚା ଖାଇଲେ। ଆଉ ଶେଷରେ ଥାନାର ଜିମା ଦେଇଛନ୍ତି ଲୋକେ। ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ଜରଡା ଗାଁରେ। ସୂଚନା ଅନୁଯାୟୀ, କଙ୍କଡ଼ାହାଡ଼-ଗଡ଼ପଳାଶୁଣି ରାସ୍ତାର ଜରଡା ଗାଁ ଗଡା ନିକଟରେ ଦୁଇଟି ବାଇକରେ ଛପି ରହିଥିଲେ ୪ ଜଣ ଲୁଟେରା। ଗାଁର  ବିଶ୍ମିତ ସାମଲ ନିଜ ସହଯୋଗୀଙ୍କ ସହିତ ଏକ ବାଇକ ଯୋଗେ କାମାକ୍ଷାନଗରରୁ ନିଜ ଗାଁକୁ ଫେରୁଥିଲେ ।

Advertisment

ସେହି ସମୟରେ ଛପି ରହିଥିବା ୪ ଜଣ ଲୁଟେରା ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବିଶ୍ମିତଙ୍କ ଠାରୁ ୨୦ ହଜାର ଟଙ୍କା ,ମୋବାଇଲ ଫୋନ ଓ ମନିପର୍ସକୁ ଲୁଟିନେଇ ଗଡ଼ପଳାଶୁଣି ଗାଁ ଆଡକୁ ଚମ୍ପଟ ମାରିଥିଲେ । ଗଡ଼ପଳାଶୁଣି ଗାଁର କିଛି ଯୁବକ ଖବର ପାଇ ଦୁର୍ବୁତ୍ତକୁ ଧରିବା ପାଇଁ ଗୋଡ଼ାଇଥିଲେ । ଉଭୟ ଯୁବକ ଓ ଲୁଟେରାଙ୍କ ମଧ୍ୟରେ ବାଇକ ରେସିଂ ହୋଇଥିଲା।

୮ କିଲୋମିଟର ଗୋଡ଼େଇବା ପରେ ଡୁଲିଆ ଛକ ନିକଟରେ ଦୁଇଜଣ ଦୁର୍ବୁତ୍ତକୁ ଧରିବାରେ ସକ୍ଷମ ହୋଇଥିଲେ। ଅନ୍ୟ ଦୁଇ ଜଣ ଦୁର୍ବୁତ୍ତ ଫେରାର ହୋଇ ଯାଇଥିଲେ। ଦୁର୍ବୁତ୍ତଙ୍କୁ ଲୋକେ ଧରିବା ପରେ ବହେ ଉତ୍ତମ ମଧ୍ୟମ ଦେଇ ପୁଲିସ ଜିମା ଦେଇଥିଲେ।

Advertisment

ଦୁଇ ଦୁର୍ବୁତ୍ତକୁ ଗିରଫ କରିବା ସହ ବନ୍ଧୁକ ଓ ବାଇକକୁ ଜବତ ରଖି ତଦନ୍ତ ଜାରି ରଖିଛି। ଉଭୟ ଦୁର୍ବୁତ୍ତଙ୍କ ଘର ପରଜଙ୍ଗ ଥାନା ଝିଲ୍ଲୀ ଗାଁରେ ହୋଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି । ଏହି ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ ହେବ ବୋଲି ମହାବିରୋଡ଼ ଫାଣ୍ଡି ଅଧିକାରୀ କହିଛନ୍ତି।