ଦାନ୍ତ ପାଇଁ ଦନ୍ତାକୁ ଗୁଳି କରି ହତ୍ୟା

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଦାନ୍ତ ପାଇଁ ଦନ୍ତାକୁ ଗୁଳି କରି ହତ୍ୟା। ଏପରି ଘଟଣା ଗତ ୯ ତାରିଖରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କନ୍ଧରା ଜଙ୍ଗଲ ଭେଜିଆଠାରେ ଘଟିଥିଲା। କେତେକ ଦୁବୃର୍ତ୍ତ ଦନ୍ତାକୁ ଗୁଳି କରିବା ପରେ ତା’ର ଦାନ୍ତ ନେଇଯାଇଥିବା ସୂଚନା ମିଳିଛି । ଏପରିକି ପାଟ୍ରୋଲିଂ କରୁଥିବା ସ୍କ୍ୱାର୍ଡ  ଉପରକୁ ମଧ୍ୟ ବନବିଭାଗ କର୍ମଚାରୀ ବ୍ଲାଙ୍କ ଫାୟାରିଂ କରିଥିବା ଅଭିଯୋଗ ହୋଇଛି । ମୃତ ହାତୀର ଆନୁମାନିକ ବୟସ ୩୦ରୁ ଉର୍ଦ୍ଧ୍ଵ ହେବ। […]

hati

hati

Niharika Rout
  • Published: Thursday, 11 February 2021
  • Updated: 11 February 2021, 10:18 AM IST

Sports

Latest News

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଦାନ୍ତ ପାଇଁ ଦନ୍ତାକୁ ଗୁଳି କରି ହତ୍ୟା। ଏପରି ଘଟଣା ଗତ ୯ ତାରିଖରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କନ୍ଧରା ଜଙ୍ଗଲ ଭେଜିଆଠାରେ ଘଟିଥିଲା। କେତେକ ଦୁବୃର୍ତ୍ତ ଦନ୍ତାକୁ ଗୁଳି କରିବା ପରେ ତା'ର ଦାନ୍ତ ନେଇଯାଇଥିବା ସୂଚନା ମିଳିଛି । ଏପରିକି ପାଟ୍ରୋଲିଂ କରୁଥିବା ସ୍କ୍ୱାର୍ଡ  ଉପରକୁ ମଧ୍ୟ ବନବିଭାଗ କର୍ମଚାରୀ ବ୍ଲାଙ୍କ ଫାୟାରିଂ କରିଥିବା ଅଭିଯୋଗ ହୋଇଛି । ମୃତ ହାତୀର ଆନୁମାନିକ ବୟସ ୩୦ରୁ ଉର୍ଦ୍ଧ୍ଵ ହେବ।

ହାତୀ ଶିକାରରେ ପ୍ରାୟ ୧୦ରୁ ଅଧିକ ଶିକାରୀ ସାମିଲ ଥିବା ବେଳେ ୯ରୁ ଅଧିକ ଜଣ ବନ୍ଧୁକ ରଖିଥିବା ସୂଚନା ଦେଇଛନ୍ତି ଢେଙ୍କାନାଳ ଡିଏଫଓ। ଘଟଣା ହିନ୍ଦୋଳ- ନରସିଂହପୁର ବର୍ଡର ଅଞ୍ଚଳରେ ହୋଇଥିବାରୁ ଦନ୍ତାକୁ ଗୁଳି କରି ଦାନ୍ତ ନେବା ପରେ ଦୁବୃର୍ତ୍ତମାନେ ନରସିଂହପୁର ଅଞ୍ଚଳକୁ ପଳାଇ ଯାଇଥିବା ସୂଚନା ମଧ୍ୟ ରହିଛି । ତେବେ ଦନ୍ତାର ପୋଷ୍ଟମର୍ଟମ କରିବା ସହିତ ଘଟଣାର ତନାଘନା ଜାରି ରଖିଛି ବନବିଭାଗ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos