ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଦାନ୍ତ ପାଇଁ ଦନ୍ତାକୁ ଗୁଳି କରି ହତ୍ୟା। ଏପରି ଘଟଣା ଗତ ୯ ତାରିଖରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କନ୍ଧରା ଜଙ୍ଗଲ ଭେଜିଆଠାରେ ଘଟିଥିଲା। କେତେକ ଦୁବୃର୍ତ୍ତ ଦନ୍ତାକୁ ଗୁଳି କରିବା ପରେ ତା'ର ଦାନ୍ତ ନେଇଯାଇଥିବା ସୂଚନା ମିଳିଛି । ଏପରିକି ପାଟ୍ରୋଲିଂ କରୁଥିବା ସ୍କ୍ୱାର୍ଡ ଉପରକୁ ମଧ୍ୟ ବନବିଭାଗ କର୍ମଚାରୀ ବ୍ଲାଙ୍କ ଫାୟାରିଂ କରିଥିବା ଅଭିଯୋଗ ହୋଇଛି । ମୃତ ହାତୀର ଆନୁମାନିକ ବୟସ ୩୦ରୁ ଉର୍ଦ୍ଧ୍ଵ ହେବ।
ହାତୀ ଶିକାରରେ ପ୍ରାୟ ୧୦ରୁ ଅଧିକ ଶିକାରୀ ସାମିଲ ଥିବା ବେଳେ ୯ରୁ ଅଧିକ ଜଣ ବନ୍ଧୁକ ରଖିଥିବା ସୂଚନା ଦେଇଛନ୍ତି ଢେଙ୍କାନାଳ ଡିଏଫଓ। ଘଟଣା ହିନ୍ଦୋଳ- ନରସିଂହପୁର ବର୍ଡର ଅଞ୍ଚଳରେ ହୋଇଥିବାରୁ ଦନ୍ତାକୁ ଗୁଳି କରି ଦାନ୍ତ ନେବା ପରେ ଦୁବୃର୍ତ୍ତମାନେ ନରସିଂହପୁର ଅଞ୍ଚଳକୁ ପଳାଇ ଯାଇଥିବା ସୂଚନା ମଧ୍ୟ ରହିଛି । ତେବେ ଦନ୍ତାର ପୋଷ୍ଟମର୍ଟମ କରିବା ସହିତ ଘଟଣାର ତନାଘନା ଜାରି ରଖିଛି ବନବିଭାଗ ।