Advertisment

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହାଣିଦେଲେ

କିଞ୍ଜିରିକେଲା ଥାନା କୁଲବା ଗାଁରେ ଘଟିଛି ଏହି ଘଟଣା।

ଅଦ୍ୟତନ ହୋଇଛି
miscreants killed the old man

miscreants killed the old man

Advertisment

ଗୁଣିଗାରେଡି ସନ୍ଦେହରେ ଗାଁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ବୃଦ୍ଧଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା। କିଞ୍ଜିରିକେଲା ଥାନା କୁଲବା ଗାଁରେ ଘଟିଛି ଏହି ଘଟଣା। ମୃତକ କୁଲବା ଗାଁର ହଳଧର ଭୋଇ। ରାସ୍ତାରେ ମୃତଦେହ ପଡ଼ିଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୁଲିସର ଛାନଭିନ୍‌ କରୁଛି।

Advertisment

ଗୁଣି ଗାରେଡିକୁ ନେଇ ହଳଧରଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। କିଞ୍ଜିରକେଲା ପୁଲିସ ଏହି ଘଟଣାରେ ଜଣେ ଯୁବକକୁ ଅଟକ ରଖିଛି।

ଆଳି ହଳଧର ଏକାକି ଗାଁ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ତାକୁ ହତ୍ୟା କରାଯାଇଛି। ହତ୍ୟା ପରେ ରାସ୍ତା କଡ ଆମ୍ବ ଗଛ ତଳେ ମୃତଦେହକୁ ରଖି ଦିଆଯାଇଛି। ଜଣେ ମହିଳା କୂଅକୁ ପାଣି ଆଣିବାକୁ ଯାଇଥିବା ବେଳେ ଦେଖି ଖବର ଦେଇଥିବା ପରିବାର ଲୋକେ କହିଛନ୍ତି।

Advertisment
Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe