Advertisment

କାଲି ନିଖୋଜ ହୋଇଥିଲେ, ଆଜି ଠାବ ହେଲେ ସମିତିସଭ୍ୟ ପ୍ରାର୍ଥୀ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳରୁ ନିଖୋଜ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା ଠାବ ହୋଇଛନ୍ତି। ସଦର ଥାନା ଭାପୁର ଅଞ୍ଚଳରେ ପୁଲିସ୍ ତାଙ୍କୁ ଠାବ କରିଛି। ଏବେ ସୁବ୍ରତ ପୁଲିସ ହେପାଜତରେ ଥିବା ନେଇ ସୂଚନା ମିଳିଛି। ତେବେ ସୁବ୍ରତ ନିଖୋଜ ଥିଲେ ନାଁ ତାଙ୍କୁ କେହି ଅପହରଣ କରିଥିଲେ, ତାହା ତଦନ୍ତରୁ ଜଣାପଡ଼ିବ। ତେବେ କିଛି ସମୟ ଆଗରୁ ସୁବ୍ରତଙ୍କ ବାପାଙ୍କୁ ଏକ ଫୋନକଲ୍ ଆସିଥିଲା। ଆଉ ଏହି ଫୋନ୍ ସୁବ୍ରତ ବେହେରା କରିଥିବା […]

ଅଦ୍ୟତନ ହୋଇଛି
କାଲି ନିଖୋଜ ହୋଇଥିଲେ, ଆଜି ଠାବ ହେଲେ ସମିତିସଭ୍ୟ ପ୍ରାର୍ଥୀ

subrat-behera

Advertisment

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳରୁ ନିଖୋଜ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା ଠାବ ହୋଇଛନ୍ତି। ସଦର ଥାନା ଭାପୁର ଅଞ୍ଚଳରେ ପୁଲିସ୍ ତାଙ୍କୁ ଠାବ କରିଛି। ଏବେ ସୁବ୍ରତ ପୁଲିସ ହେପାଜତରେ ଥିବା ନେଇ ସୂଚନା ମିଳିଛି। ତେବେ ସୁବ୍ରତ ନିଖୋଜ ଥିଲେ ନାଁ ତାଙ୍କୁ କେହି ଅପହରଣ କରିଥିଲେ, ତାହା ତଦନ୍ତରୁ ଜଣାପଡ଼ିବ।

Advertisment

ତେବେ କିଛି ସମୟ ଆଗରୁ ସୁବ୍ରତଙ୍କ ବାପାଙ୍କୁ ଏକ ଫୋନକଲ୍ ଆସିଥିଲା। ଆଉ ଏହି ଫୋନ୍ ସୁବ୍ରତ ବେହେରା କରିଥିବା ତାଙ୍କ ବାପା କହିଛନ୍ତି। ସୁବ୍ରତ ତାଙ୍କ ବାପାଙ୍କୁ ଫୋନ୍ କରି ସଦର ଥାନା ଅନ୍ତର୍ଗତ ଭାପୁର ଅଞ୍ଚଳରୁ ନେଇଯିବାକୁ କହିଥିଲେ। ତା’ ପରେ ପୁଲିସର ଦୁଇଟି ଟିମ୍ ସୁବ୍ରତଙ୍କ ବାପାଙ୍କୁ ଧରି ଭାପୁର ଅଞ୍ଚଳକୁ ଯାଇଥିଲେ। ସେଠାରୁ ପୁଲିସ୍ ସୁବ୍ରତଙ୍କୁ ହେପାଜତକୁ ନେଇଛି।

ସୁବ୍ରତ ବାସ୍ତବରେ ନିଖୋଜ ଥିଲେ ନା ତାଙ୍କୁ କେହି ଅପହରଣ କରିଛି, ତାହା ପରେ ଜଣାପଡ଼ିଛି। ଯଦି ସୁବ୍ରତଙ୍କୁ ଅପହରଣ କରାଯାଇଥିବ, ତାହେଲେ ଏହା ପଛର କାରଣ କ’ଣ? ତା’ଛଡ଼ା ଯଦି ସୁବ୍ରତ ନିଖୋଜ ହୋଇଥିଲେ, ତାକୁ ମଧ୍ୟ ପ୍ରଶ୍ନ ଉଠିବା ସ୍ୱାଭାବିକ। ତେଣୁ ଏସବୁର ଜବାବ ପୁଲିସ୍ ତଦନ୍ତ ପରେ ସ୍ପଷ୍ଟ ହେବ।

Advertisment

ସୂଚନାଯୋଗ୍ୟ, ସୁବ୍ରତ ହିନ୍ଦୋଳ ନୂଆଗାଁ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ହୋଇଛନ୍ତି। ସୁବ୍ରତ ବୁଧବାର ଠାରୁ ପୁସିଂ କାର୍ଡ ଛପାଇବାକୁ ଯାଇ ଆଉ ଫେରି ନନଥିଲେ। ଯାହା ପରେ ସୁବ୍ରତଙ୍କ ନିଖୋଜ ହେବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ତାଙ୍କ ଘର କଣ୍ଟାବଣିଆ ଥାନା ଅନ୍ତର୍ଗତ ନୂଆଗାଁରେ ହୋଇଥିବାରୁ ଏନେଇ ପରିବାର ଲୋକେ କଣ୍ଟାବଣିଆ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ। ସୁବ୍ରତ ହିନ୍ଦୋଳ ୧ନମ୍ବର ଜୋନର ନୂଆ ଗାଁ ପଞ୍ଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ଭାବରେ ଲଢୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe