Advertisment

ବିଧାୟକ ଶାରଦା ନାୟକଙ୍କ ଗାଡ଼ିକୁ ପିଟିଦେଲା ହାଇୱା

ବିଧାୟକ ଶ୍ରୀ ନାୟକ ତାଙ୍କ କାର୍‌ରେ ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

author-image
Jitendra Garnayak
Car

Car

ରାଉରକେଲାର ବିଜେଡି ବିଧାୟକ ଶାରଦା ପ୍ରସାଦ ନାୟକଙ୍କ କାରକୁ ଶୁକ୍ରବାର ଏକ ହାଇୱା ପିଟି ଦେଇଛି। ଏଥିରେ କାର୍‌ଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଶ୍ରୀ ନାୟକ ଓ ତାଙ୍କର ୩ ସହଯୋଗୀଙ୍କର କିଛି ହୋଇନାହିଁ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ନିକଟରେ ୫୩ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା।

Advertisment

ବିଧାୟକ ଶ୍ରୀ ନାୟକ ତାଙ୍କ କାର୍‌ରେ ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ସହଯୋଗରେ ଅନ୍ୟ ଏକ ଗାଡ଼ିରେ ବିଧାୟକ ଶାରଦା ନାୟକ ଭୁବନେଶ୍ୱର ଅଭିମୁଖେ ଯାଇଥିଲେ।

ବିଧାୟକ ଶ୍ରୀ ନାୟକ କହିଛନ୍ତି, ଆଜି ଭୁବନେଶ୍ୱରରେ ଏକ ବୈଠକରେ ଯୋଗ ଦେବାକୁ ଯାଉଥିବା ବେଳେ ଏମିତି ଏକ ଘଟଣା ଘଟିଗଲା। ତେବେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ କାହାର କିଛି ହୋଇନାହିଁ। କେବଳ କାର୍‌ଟି କ୍ଷତିଗ୍ରସ୍ତ ହୋଇଛି।

Advertisment

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସାହାଯ୍ୟ କରିବାକୁ ଆଗେଇ ଆସିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

BjD Accident Road Accident Dhenkanal