Advertisment

ସାହିରେ ପୋଡ଼ିଗଲା ୩୦ ବଖରା ଘର, ମଦ୍ୟପର ଉନ୍ମତ କାଣ୍ଡ ଅଭିଯୋଗ

ଏହି ଘଟଣାରେ ଘରମାନଙ୍କରେ ଥିବା ଆସବାବପତ୍ର, ଧାନ, ଚାଉଳ, ଦରକାରୀ କାଗଜପତ୍ର, ଗାଡି, ସୁନା ଗହଣା ପ୍ରଭୃତି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ନଷ୍ଟ ହୋଇଯାଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
houses gutted in Fire

houses gutted in Fire

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗାଁରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୩୦ରୁ ଅଧିକ ବଖରା ଘର। ଏହି ଘଟଣାରେ ଘରମାନଙ୍କରେ ଥିବା ଆସବାବପତ୍ର, ଧାନ, ଚାଉଳ, ଦରକାରୀ କାଗଜପତ୍ର, ଗାଡି, ସୁନା ଗହଣା ପ୍ରଭୃତି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ନଷ୍ଟ ହୋଇଯାଇଛି। ସେପଟେ ଅଗ୍ନିବିପନ୍ନମାନେ ଅଭିଯୋଗ କରିଛନ୍ତି ଏହି ସାହିର ଶରତ ନାୟକ ମଦ ପିଇ ପରିବାର ଲୋକଙ୍କ ସହ କଳହ ପରେ ନିଜ ଘରେ ନିଆଁ ଲଗାଇ ଦେଇଥିଲା। ତାଙ୍କ ଘରେ ଗ୍ୟାସ୍‌ ସିଲିଣ୍ଡିର ଫାଟିବାରୁ ଏହା ପରେ ବ୍ୟାପୀ ଯାଇଥିଲା। ଏହି ନିଆଁରେ ସାହିର ଅଧା ଲୋକଙ୍କ ଘର ପୋଡ଼ି ନଷ୍ଟ ହୋଇଯାଇଛି।

Advertisment

ସେପଟେ ଖବର ପାଇ କାମାକ୍ଷାନଗର ଓ ପରଜଙ୍ଗରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲା। ତେବେ ନିଆଁ ଲାଗିବା ଯୋଗୁ ପଥରଖମ୍ବ ଗାଁର ସମ୍ପୂର୍ଣ୍ଣ ଦଳିତ ବସ୍ତି ନିଆଁରେ ଜଳିପୋଡି ଛାରଖାର ହୋଇଯାଇଛି। କାନ୍ଦ ବୋବାଳିରେ ଏହି ସାହି ଫାଟି ପଡୁଛି।

ଖବର ପାଇ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିବିପନ୍ନଙ୍କୁ ସହଯୋଗ କରିବାକୁ ପରଜଙ୍ଗ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Fire Breakout