Advertisment

Murder: ଝିଅକୁ ଅସଦାଚରଣ କରୁଥିଲା, ମାରିଦେଲେ ବାପା

ହତ୍ୟା କରିବା ପରେ ମୃତଦେହକୁ ଗାଁ ନିକଟରେ ଥିବା ଗମ୍ଭାରିଆ ନାଳ ନିକଟରେ ଫିଙ୍ଗିଦେଇ ଦଦରାଘାଟି ଫାଣ୍ଡିକୁ ଯାଇ ଆତ୍ମସମର୍ପଣ କରିଥିଲେ ରୁପା ପିଙ୍ଗୁଆ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Murder
Advertisment

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଞ୍ଚଳରେ ଚାଞ୍ଚଲ୍ୟ। ଝିଅକୁ ଅସଦାଚରଣ କରୁଥିବା ଯୁବକଙ୍କୁ ମାରି ଦେଲେ ବାପା। ତା’ପରେ ପୁଲିସ ନିକଟରେ କରିଥିଲେ ଆତ୍ମସମର୍ପଣ। 

Advertisment

ମୃତ ଯୁବକ ଜଣକ ହେଉଛନ୍ତି ଦଦରାଘାଟି ଫାଣ୍ଡି ଆଖୁଆପାଳ ପଞ୍ଚାୟତର ୧ ନମ୍ବର କଲୋନୀର କରୁଣାକର ବେହେରା। ସେ ଜେସିବି ହେଲ୍‌ପର ଭାବେ କାର୍ଯ୍ୟ କରୁଥିଲେ। ଗତ ତିନି ଦିନ ଧରି ସେ ଆଖୁଆପାଳ ପଞ୍ଚାୟତର ମୋହନପଶି ଗାଁରେ ରହି କାମ କରୁଥିଲେ। 

ଗତକାଲି ରାତିରେ କରୁଣାକର ସେହି ଗାଁର ରୁପା ପିଙ୍ଗୁଆଙ୍କ ଝିଅକୁ ଅସଦାଚରଣ କରିଥିଲେ। ରୁପା ପିଙ୍ଗୁଆ ଏହା ଦେଖି ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସେ ମାରଣାସ୍ତ୍ରରେ କରୁଣାକରଙ୍କୁ ଆକ୍ରମଣ କରିଥିଲେ। ଏଥିରେ କରୁଣାକରଙ୍କର ମୃତ୍ୟୁ ଘଟିଥିଲା।

Advertisment

ହତ୍ୟା କରିବା ପରେ ମୃତଦେହକୁ ଗାଁ ନିକଟରେ ଥିବା ଗମ୍ଭାରିଆ ନାଳ ନିକଟରେ ଫିଙ୍ଗିଦେଇ ଦଦରାଘାଟି ଫାଣ୍ଡିକୁ ଯାଇ ଆତ୍ମସମର୍ପଣ କରିଥିଲେ ରୁପା ପିଙ୍ଗୁଆ। 
କରୁଣାକରଙ୍କ ମୃତ୍ୟୁ ଖବର ପାଇ ତାଙ୍କ ବାପା କାଶୀନାଥ ଓ ସମ୍ପର୍କୀୟମାନେ ମୋହନପଶି ଗାଁରେ ପହଞ୍ଚିଥିଲେ। କରୁଣାକରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସେମାନେ ଦାବି କରିଛନ୍ତି। 

ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe