Advertisment

ରାତିରେ ଯାତ୍ରା ଦେଖିବାକୁ ଯାଇଥିଲା ପୁଅ, ସକାଳୁ ମିଳିଲା ମୃତଦେହ

ମନୋଜଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Bike

Bike

Advertisment

ଯାତ୍ରା ଦେଖିବାକୁ ଯାଇ ଗାଁକୁ ଫେରିନଥିଲେ ଯୁବକ। ଆଜି ସକାଳେ କାଜୁ ଜଙ୍ଗଲରୁ ମିଳିଲା ମୃତଦେହ। ଯୁବକଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁ ଖୁକୁଣ୍ଡି ଗୋଠ ନିକଟରେ। ମୃତ ଯୁବକ ଜଣକ ହେଲେ ବସୋଇ ଗାଁର ମନୋଜ ବିଶ୍ୱାଳ।

Advertisment

ଗତକାଲି ରାତିରେ ମନୋଜ ବାଇକ ଯୋଗେ ଅଁଳାକଟା ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ। ରାତିରେ ଘରକୁ ଫେରି ନଥିଲେ। ଆଜି ସକାଳେ ଗାଁ ପାଖ ଖୁକୁଣ୍ଡି ଗୋଠ କାଜୁ ଜଙ୍ଗଲରୁ ମନୋଜଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ମନୋଜଙ୍କ ମୃତଦେହ ପଡ଼ିଥିବା କିଛି ଦୂରରେ ତାଙ୍କ ବାଇକ୍ ପଡ଼ିଛି। ମନୋଜଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରେମ ଜନିତ କାରଣରୁ ମନୋଜଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମନୋଜଙ୍କୁ କିଏ ହତ୍ୟା କରିଛି ନା ସେ ଆତ୍ମହତ୍ୟା କରିଛନ୍ତି ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। 

Advertisment
Odisha Police Mass Murder ‌Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe