Advertisment

ସକାଳୁ ସକାଳୁ ହାତୀ ଆତଙ୍କ: ବୃଦ୍ଧବୃଦ୍ଧାଙ୍କୁ ଦଳିଦେଲେ

ସକାଳୁ ସକାଳୁ ପଡ଼ିଆକୁ ଶୌଚ ପାଇଁ ଯାଇଥିବା ବେଳେ ୨ ଜଣଙ୍କୁ ଦଳି ଦେଲା ହାତୀ। ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧ ଓ ବୃଦ୍ଧା ଥିବା ଜଣାଯାଇଛି।

elephant

elephant

Advertisment

କାମାକ୍ଷାନଗର(ବିଦ୍ୟାଧର ବରାଳ): ସକାଳୁ ସକାଳୁ ପଡ଼ିଆକୁ ଶୌଚ ପାଇଁ ଯାଇଥିବା ବେଳେ ୨ ଜଣଙ୍କୁ ଦଳି ଦେଲା ହାତୀ। ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧ ଓ ବୃଦ୍ଧା ଥିବା ଜଣାଯାଇଛି। ଏଭଳି ଘଟଣା ଆଜି ସକାଳୁ ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ପରଜଙ୍ଗ ଅଞ୍ଚଳରେ ଘଟିଛି। ମୃତକଦ୍ୱୟ ହେଲେ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖାଲପାଳ ଗାଁର ବୃଦ୍ଧ ଅଲେଖ ନାୟକ ଓ ପରଜଙ୍ଗ ଗଣ୍ଡତଇଳା ଗାଁର ବାରି ନାୟକ।

Advertisment

ଅଲେଖ ନାୟକ ଶୌଚ ହେବାକୁ ଆଜି ଭୋର ସମୟରେ ପାଖ ପଡ଼ିଆକୁ ଯାଇଥିଲେ। ହଠାତ୍‌ ଗାଁ ଲୋକଙ୍କ ଚିତ୍କାର ଶୁଣି ତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଅଲେଖ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ହାତୀ ଟେକି କଚାଡ଼ି ଦେବାରୁ ଅଲେଖଙ୍କ ହାତ ଗୋଡ଼ ଆଦି ଭାଙ୍ଗି ଚୁନା ହୋଇ ଯାଇଥିବା ତାଙ୍କ ପୁଅ କହିଛନ୍ତି।

ସେହିପରି ଗଣ୍ଡତଇଳା ଗାଁର ବାରି ନାୟକ ଘର ପାଖ ବାଡ଼ିକୁ ସକାଳେ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ଘନ କୁହୁଡ଼ି ଥିବାରୁ ଉକ୍ତ ପଡ଼ିଆରେ ଥିବା ହାତୀଙ୍କୁ ବାରି ନାୟକ ଦେଖି ପାରି ନ ଥିଲେ। ଫଳରେ ହାତୀ ତାଙ୍କୁ କଚାଡ଼ି ଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Advertisment

ଖବର ପାଇ ବନ କର୍ମଚାରୀ ପହଞ୍ଚି ଉଭୟଙ୍କ ମୃତଦେହକୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି । ଉଭୟ ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ପରଜଙ୍ଗ ଅଞ୍ଚଳରେ ହାତୀ ଆତଙ୍କ ଲାଗି ରହିଥିବା ବେଳେ ହାତୀ ପଲ ଦଳ ଦଳ ହୋଇ ବୁଲୁଛନ୍ତି । ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ଘରୁ ଗୋଡ଼ ବାହାର କରିବାକୁ ଡରୁଛନ୍ତି । ହେଲେ ବନ ବିଭାଗ ହାତୀ ଘଉଡ଼ାଇବାକୁ ତତ୍ପରତା ପ୍ରକାଶ କରୁ ନ ଥିବାରୁ ଅକାଳରେ ବହୁ ଜୀବନ ଚାଲି ଯାଉଥିବା ଅଭିଯୋଗ ହେଉଛି।

Elephant Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe