Advertisment

ବ୍ରାହ୍ମଣୀରେ ଗାଧୋଇବା ବେଳେ ବୁଡ଼ିଗଲେ; ଜଣେ ମୃତ

ଭୋଜି କରିବାକୁ ଯାଇ ବ୍ରାହ୍ମଣୀ ପଠାକୁ ଯାଇଥିଲେ। ରନ୍ଧାରନ୍ଧି ଚାଲିଥିବା ବେଳେ ଗାଧୋଇବାକୁ ଯାଇଥିଲେ କେତେକ ଯୁବକ। ସେମାନଙ୍କ ଭିତରୁ ଜଣେ ବୁଡ଼ିଗଲେ

DKL

DKL

Advertisment

ବ୍ରାହ୍ମଣୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଯୁବକ। ସେମାନଙ୍କ ଭିତରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ହୃଦୟବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ୍‌ ଅନ୍ତର୍ଗତ ବ୍ରାହ୍ମଣୀ ନଦୀ ନାଧରା ଘାଟରେ ଘଟିଛି।

Advertisment

ଆଜି ଏକ ଘରୋଇ କମ୍ପାନୀର କିଛି କର୍ମଚାରୀ ଭୋଜି କରିବା ପାଇଁ ବ୍ରହ୍ମଣୀ ପଠାକୁ ଯାଇଥିଲେ। ଭୋଜି ପାଇଁ ରନ୍ଧାରନ୍ଧି ଚାଲିଥିବା ବେଳେ କିଛି ଯୁବକ ଗାଧୋଇବା ପାଇଁ ବ୍ରହ୍ମଣୀକୁ ଯାଇଥିଲେ। ଗାଧଉଥିବା ବେଳେ ଉତ୍ତରପ୍ରଦେଶର ସିଦ୍ଧାନ୍ତ କୁମାର ସିଂହ ଓ ଅନ୍ୟ ଜଣେ ଯୁବକ ପାଣିରେ ବୁଡ଼ି ଯାଇଥିଲେ।

ଚିତ୍କାର ଶୁଣି ସାଥୀମାନେ ସେମାନଙ୍କୁ ଉଦ୍ଧାର କରି ଓଡାପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସିଦ୍ଧାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଯୁବକ ଜଣକ ଏବେ ମଧ୍ୟ ଓଡ଼ାପଡ଼ା ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe